fbpx
BJD SKY
BJD SKY

Big Breaking; ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ: ସହର ସାରା ଲାଗିଛି ଧମକଭରା ପୋଷ୍ଟର

BJD

ଭୁବନେଶ୍ୱର: ଆସନ୍ତା ୧୫ ଦିନ ଭିତରେ ସାଲୁଜାଙ୍କୁ ହତ୍ୟା କରାଯିବ… । ଏଭଳି ମେସେଜ ଲେଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳୁଛି ହତ୍ୟା ଧମକ । ସାଲୁଜାଙ୍କୁ ହତ୍ୟା ପାଇଁ ଧମକଭରା ମେସେଜ ଲେଖି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଯାଇଛି । ଆସନ୍ତା ୧୫ ଦିନ ଭିତରେ ସନ୍ତୋଷ ସାଲୁଜାଙ୍କୁ ହତ୍ୟା କରାଯିବ ବୋଲି ଏହି ପୋଷ୍ଟରରେ ଉଲ୍ଲେଖ ରହିଛି । ଏହାବ୍ୟତୀତ ହତ୍ୟା ଧମକ ଦେଇଥିବା ଯୁବକର ଫଟୋ ମଧ୍ୟ ବ୍ୟାନରରେ ରହିଛି । ତେବେ ସହରର ବିଭିନ୍ନ ସ୍ଥାନରୁ ଫଟୋ ବ୍ୟାନରଜବତ କରିବା ସହ ଏ ନେଇ ତଦନ୍ତ ଆରମ୍ଭ କରିଛି କଣ୍ଡାବାଞ୍ଜି ପୋଲିସ ।

Get real time updates directly on you device, subscribe now.