fbpx
BJD SKY
BJD SKY

Vastu Tips: ଘରେ ଆର୍ଥିକ ସଂକଟ ଦେଖାଯାଉଛି କି ? ଜାଣନ୍ତୁ କେଉଁ ଦିଗରେ ରଖିବେ Dustbin ?

BJD

ଓଡ଼ିଶା ଭାସ୍କର: ଜ୍ୟୋତିଷଙ୍କ ଅନୁଯାୟୀ ବାସ୍ତୁ ଶାସ୍ତ୍ର ଆମ ଜୀବନ ଉପରେ ଉଭୟ ସକାରତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇଥାଏ । ବାସ୍ତୁ ଶାସ୍ତ୍ରର ପାଳନ କରିବା ଦ୍ୱାରା ଜୀବନରେ ଉନ୍ନତି ହେବା ସହ ସଫଳତା ମିଳିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କୌଣସି ଜିନିଷ ଭୁଲ ଦିଗରେ ରହିଥଲେ ବିଭିନ୍ନ ସଂକେତ ମିଳିଥାଏ । ଉଦାହରଣ ସ୍ୱରୂପ ପରିବାରରେ କାହାର ସ୍ୱାସ୍ଥ୍ୟ ସମସ୍ୟା, ଅର୍ଥାଭାବ, ଜୀବନରେ ଅସଫଳତା ଇତ୍ୟାଦି । ଏହା ଦ୍ୱାରା ବ୍ୟକ୍ତି ସବୁବେଳେ ଚିନ୍ତାଗ୍ରସ୍ତ ରହିଥାଏ । ସେହିପରି ଘରେ ଏକ ମହତ୍ୱପୂର୍ଣ୍ଣ ଜିନିଷ ହେଉଛି ‘ଡଷ୍ଟବିନ୍’ । ଘରର ଭୁଲ ଦିଗରେ ଡଷ୍ଟବିନ୍ ରହିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି । ଫଳରେ ଜୀବନରେ ଆର୍ଥିକ ସଂକଟ ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ବାସ୍ତୁ ଶାସ୍ତ୍ର ଅନୁଯାୟୀ କେଉଁ ଦିଗରେ ଡଷ୍ଟବିନ୍ ରଖିବା ଉଚିତ:

୧. ଘରର ଉତ୍ତର- ବାସ୍ତୁ ଶାସ୍ତ୍ରରେ ଉତ୍ତର- ପୂର୍ବ ଦିଗକୁ ଇଶ୍ୱରଙ୍କ ବାସ ସ୍ଥାନ ଭାବେ ବିବେଚିତ କରାଯାଇଛି । ଏହି ଦିଗରେ ଡଷ୍ଟବିନ୍ ରଖିବା ଦ୍ୱାରା ଘରେ ଆର୍ଥିକ ସଂକଟ ଦେଖାଦେଇଥାଏ । ଏହା ଦାରିଦ୍ରତା ଆଣିଥାଏ । କୌଣସି ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ ।

୨. ଘରର ପୂର୍ବ କିମ୍ବା ଉତ୍ତର ଦିଗରେ ଡଷ୍ଟବିନ୍ ରଖିବା ଦ୍ୱାରା ପରିବାରର ସଦସ୍ୟ ସବୁବେଳେ ଚିନ୍ତାଗ୍ରସ୍ତ ରହିଥାନ୍ତି । ପାଠ ପଢ଼ୁଥିବା ପିଲା କିମ୍ବା ଚାକିରି କରୁଥିବା ବ୍ୟକ୍ତିଙ୍କ ପ୍ରଗତି ଅଟକିଯାଏ । ଏହା ସହ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ଅନେକ ସମସ୍ୟା ଦେଖାଦେଇଥାଏ ।

୩. ସବୁବେଳେ ଡଷ୍ଟବିନକୁ ଘର ବାହାରେ ରଖନ୍ତୁ । ଏହା ଦ୍ୱାରା ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । ଅଧିକାଂଶ ସମୟରେ କରୁଥିବା ଅନାବଶ୍ୟକ ଖର୍ଚ୍ଚ ଠାରୁ ରକ୍ଷା କରିଥାଏ ।

ତେବେ ଡଷ୍ଟବିନ୍ ରଖିବାର ସବୁଠାରୁ ଉତ୍ତମ ସ୍ଥାନ ହେଉଛି ଦକ୍ଷିଣ- ପଶ୍ଚିମ କିମ୍ବା ଉତ୍ତର ପଶ୍ଚିମ ଦିଗ । ଏହି ସ୍ଥାନ ବ୍ୟତୀତ ଅନ୍ୟ ଦିଗରେ ଡଷ୍ଟବିନ୍ ରଖିବା ଦ୍ୱାରା ଜୀବନରେ ଅନେକ ସମସ୍ୟା ଦେଖାଦେଇଥାଏ ।

Get real time updates directly on you device, subscribe now.