fbpx

ଏକ ବଡ ରାଜନୈତିକ ଚର୍ଚ୍ଚା ଉପରେ ପଡିଲା ପୂର୍ଣ୍ଣଚ୍ଛେଦ, ରାହୁଲଙ୍କ କଥାରେ କମଲନାଥଙ୍କ ମନ ବଦଳିଗଲା

ଭୋପାଳ: ମଧ୍ୟପ୍ରଦେଶରୁ ଏବେ ଏକ ବଡ ଖବର ଆସିଛି । ବିଶେଷ ସୂତ୍ରରୁ ଜଣାପଡିଛି କି ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିରେ ସାମିଲ ହେବେ ନାହିଁ । ଅପରପକ୍ଷେ ତାଙ୍କ ସାଂସଦ ପୁଅ ନକୁଲନାଥ ଓ କିଛି ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବା ପରେ କମଲନାଥ କଂଗ୍ରେସରେ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ମଧ୍ୟପ୍ରଦେଶ କଂଗ୍ରେସ କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟୱାରି, ପୂର୍ବତନ ମନ୍ତ୍ରୀ ସଜ୍ଜନ ସିଂହ ବର୍ମା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୂର୍ବରୁ କମଲନାଥ ବିଜେପିରେ ସାମିଲ ହେବା ଖବରକୁ ଖାରଜ କରିଥିଲେ । ମଧ୍ୟପ୍ରଦେଶ ପୂର୍ବତନ ମନ୍ତ୍ରୀ ସଜ୍ଜ୍‌ନ ବର୍ମା ରବିବାର ନୂଆଦିଲ୍ଲୀରେ କମଲନାଥଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଆଲୋଚନା କମଲନାଥଙ୍କ ଘରେ ପ୍ରାୟ ୩ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ମିଡିଆ ସହ ଆଲୋଚନା ସମୟରେ ସଜ୍ଜନ ବର୍ମା କହିଥିଲେ କି କମଲନାଥଙ୍କ ସହ କିଛି ପଏଣ୍ଟକୁ ନେଇ ଚର୍ଚ୍ଚା ହୋଇଛି । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ମଧ୍ୟ ତାଙ୍କର କଥା ହୋଇଛି । ମୁଁ ୪୦ ବର୍ଷ ଧରି ତାଙ୍କ ସହ ଅଛି । ଯେଉଁଠି କମଲନାଥ ଅଛନ୍ତି ସେଠି ମୁଁ ରହିବି । ସେ କହିଥିଲେ କମଲନାଥ ଆଜି କଂଗ୍ରେସରେ ଅଛନ୍ତି କାଲି ବି କଂଗ୍ରେସରେ ରହିବେ ।

Get real time updates directly on you device, subscribe now.