fbpx
BJD
BJD SKY
BJD SKY

ଧନ ସହିତ ଶକ୍ତି ଓ ଅପୂର୍ବ ସିଦ୍ଧିରି ପ୍ରତୀକ ହୋଇଥାଏ ଶ୍ରୀଯନ୍ତ୍ର, ଏହାକୁ ସ୍ଥାପନା କରିବା ସମୟରେ କରନ୍ତୁନି ଏହି ଭୁଲ୍

ନୂଆଦିଲ୍ଲୀ: ଶ୍ରୀଯନ୍ତ୍ରର ଆକୃତି ଦୁଇ ପ୍ରକାରର ହୋଇଥାଏ । ଉଦ୍ଧ୍ୱର୍ମୁଖୀ ଓ ଅଧୋମୁଖୀ । ଗୁରୁ ଶଙ୍କରାଚାର୍ଯ୍ୟ ଉଦ୍ଧ୍ୱର୍ମୁଖୀ ପ୍ରତୀକକୁ ସର୍ବାଧିକ ମାନ୍ୟତା ଦେଇଛନ୍ତି । ଏହି ଯନ୍ତ୍ରକୁ ଘରେ ସ୍ଥାପନା ପୂର୍ବରୁ ଦେଖି ନିଅନ୍ତୁ ଏହା ସଂପୂର୍ଣ୍ଣ ଠିକ୍ ଭାବରେ ନିର୍ମାଣ ହୋଇଛି କି ନା ଅନ୍ୟଥା ଆପଣ ସମସ୍ୟାରେ ପଡିଯିବେ ।
ଶ୍ରୀଯନ୍ତ୍ରର ସିଦ୍ଧି ଗୁରୁ ଶଙ୍କରାଚାର୍ଯ୍ୟ କରିଥିଲେ । ଦୁନିଆରେ ସବୁଠାରୁ ଅଧିକ ପ୍ରସିଦ୍ଧ ଓ ଶକ୍ତିଶାଳୀ ହେଉଛି ଏହି ଯନ୍ତ୍ର । ଏହାକୁ ଧନର ପ୍ରତୀକ ମନେ କରାଯାଏ । ଏହା ଧନ ସହିତ ଶକ୍ତି ଓ ଅପୂର୍ବ ସିଦ୍ଧିରି ବି ପ୍ରତୀକ ହୋଇଥାଏ । ଶ୍ରୀଯନ୍ତ୍ରର ପ୍ରୟୋଗରେ ସଂପନ୍ନତା, ସମୃଦ୍ଧି ଓ ଏକାଗ୍ରତା ପ୍ରାପ୍ତି ହୋଇଥାଏ । ଘରେ ଏହାର ସଠିକ୍ ପ୍ରୟୋଗ ଦ୍ୱାରା ସମସ୍ତ ପ୍ରକାର ଦରିଦ୍ରତା ଦୂର ହୋଇଯାଏ ।
ଶ୍ରୀଯନ୍ତ୍ର ପ୍ରୟୋଗ ସମୟରେ ସାବଧାନତା:
ଶ୍ରୀଯନ୍ତ୍ରର ଚିତ୍ର ଆପଣ କାମ କରିବା ସ୍ଥାନରେ, ପଢିବା ସ୍ଥାନରେ ଓ ପୂଜା ପାଠ ସ୍ଥାନରେ ଲଗାଇ ପାରିବେ । ଯେଉଁଠାରେ ଏହାକୁ ସ୍ଥାପନ କରିବେ ସେଠାରେ ସାତ୍ତ୍ୱିକତା ଉପରେ ବିଶେଷ ଦୃଷ୍ଟି ରଖିବେ ଓ ନିୟମିତ ମନ୍ତ୍ର ଜପ କରିବେ ।
ଧନ ଲାଭ ଲାଗି କିପରି ପ୍ରୟୋଗ କରିବେ:
ସ୍ଫଟିକର ପିରାମିଡ୍ ବାଲା ଶ୍ରୀଯନ୍ତ୍ର ପୂଜା ସ୍ଥାନରେ ସ୍ଥାପନ କରନ୍ତୁ । ଏହାକୁ ଏକ ଗୋଲାପୀ କପଡାରେ ଗୁଡାଇ ଛୋଟ ଚୌକି ଉପରେ ସ୍ଥାପନା କରନ୍ତୁ । ପ୍ରତିଦିନ ପ୍ରାତଃ ସମୟରେ ଏହାକୁ ଜଳରେ ସ୍ନାନ କରାନ୍ତୁ, ଫୁଲ ଅର୍ପଣ କରନ୍ତୁ, ଘିଅ ଦୀପ ଜଳାଇ ଶ୍ରୀଯନ୍ତ୍ର ମନ୍ତ୍ର ଜପ କରନ୍ତୁ ।
ଏକାଗ୍ରତା ଲାଗି କିପରି ପ୍ରୟୋଗ କରିବେ:
ଉଦ୍ଧ୍ୱର୍ମୁଖୀ ଶ୍ରୀଯନ୍ତ୍ରର ଚିତ୍ର ନିଜ କାମ ଓ ପଢା ସ୍ଥାନରେ ଲଗାନ୍ତୁ । ଏହି ଚିତ୍ର ରଙ୍ଗୀନ ହେବା ଭଲ । ଏହାକୁ ଏପରି ଲଗାନ୍ତୁ ଯେପରି ଏହା ଆପଣଙ୍କ ଆଖି ସାମ୍ନାରେ ରହିବ । ଯେଉଁଠାରେ ବି ଏହାକୁ ସ୍ଥାପନ କରନ୍ତୁ ସେହି ସ୍ଥାନକୁ ସର୍ବଦା ପରିଷ୍କାର ରଖନ୍ତୁ । ସେହି ସ୍ଥାନରେ ମାଛ, ମାଂସ ବା ମଦ୍ୟପାନ କରନ୍ତୁ ନାହିଁ ।
ପୂଜା ବିଧି:
ଶ୍ରୀଯନ୍ତ୍ରକୁ ପୂଜା ଘରେ ଶୁକ୍ରବାର କିମ୍ବା କୌଣସି ଶୁଭ ମୁହୂର୍ତ୍ତରେ ସ୍ଥାପନ କରନ୍ତୁ । ପ୍ରଥମେ ଏହାକୁ ଏକ ଗୋଲାପୀ ରଙ୍ଗର କପଡାରେ ଗୁଡାଇ ଏକ ଚୌକି ଉପରେ ରଖନ୍ତୁ । କୌଣସି ଧର୍ମାଚାର୍ଯ୍ୟଙ୍କ ଦ୍ୱାରା ଏହାର ପ୍ରାଣ ପ୍ରତିଷ୍ଠା କରନ୍ତୁ । ନିୟମିତ ଭାବରେ ଏହାକୁ ଜଳରେ ସ୍ନାନ କରିବା ସହିତ ଧୂପ, ଦୀପ, ନୈବେଦ୍ୟ ଚଢାନ୍ତୁ । ଏହା ଉପରେ ମା’ ଲକ୍ଷ୍ମୀଙ୍କ ପ୍ରିୟ ଲାଲ ରଙ୍ଗର ଫୁଲ ଚଢାନ୍ତୁ ।

Get real time updates directly on you device, subscribe now.