fbpx
BJD SKY
BJD SKY

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଥାନାରେ ଏତଲା, ଚାଲିଛି ସିସିଟିଭି ଯାଞ୍ଚ

BJD

ପୁରୀ: ରବିବାର ଶ୍ରୀମନ୍ଦିର ରୋଷଘରେ ପ୍ରାୟ ୮୦ ରୁ ଅଧିକ ଚୁଲି ଭାଙ୍ଗିବା ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ସେପଟେ ସୋମବାର ଏହି ଘଟଣାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିବା ନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ପାଇଁ ୫ ଜଣିଆ ଟିମ୍ ଗଠନ ହୋଇଛି ସିସିଟିଭି ଯାଞ୍ଚ ଚାଲିଛି, ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ । ୪୨୭ ଆଇପିସି, ୨୯୫ ଏ, ସେକ୍ସନ ୩୦(ଏ)(ବି) ଏସଜେଟିଏ ଆକ୍ଟରେ ମାମଲା ଦାୟର ହୋଇଛି । ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି ବୋଲି କହିଛନ୍ତି ଏସପି ।

ସେପଟେ ସୁଆର-ମହାସୁଆର ନିଯୋଗ ସଭାପତିଙ୍କ ଉପସ୍ଥିତିରେ ସିସିଟିଭ ଯାଞ୍ଚ କରାଯାଉଛି । ତେବେ ଯାଞ୍ଚ ବେଳେ ଜଣକୁ ଚିହ୍ନଟ କରାଯାଇଥିବା ନେଇ ସୂଚନା ରହିଛି ।

Get real time updates directly on you device, subscribe now.