fbpx
BJD
BJD SKY
BJD SKY

ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ ବିଶ୍ୱର ଏକ ନମ୍ବର ବ୍ୟାଟର୍‌ ହେଲେ ଗିଲ, ପୁଣିଥରେ ଏକ ନମ୍ବର ବୋଲର ସିରାଜ

ଓଡିଶା ଭାସ୍କର; ବିଶ୍ୱକପ ୨୦୨୩ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛି ଟିମ୍‌ ଇଣ୍ଡିଆ । ବୋଲିଂ ଓ ବ୍ୟାଟିଂରେ ସୁନ୍ଦର ପାରଦର୍ଶିତା ପ୍ରଦର୍ଶନ କରି ଚଳିତ ବିଶ୍ୱକପ ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନରେ ରହିଛି ଭାରତ । ସେହିପରି ଆଇସିସି ଦିନିକିଆ ରାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟର୍‌ ଓ ଏକ ନମ୍ବର ବୋଲର ଭାବେ ଭାରତୀୟ ଦଳର ଦୁଇ ଖେଳାଳି ସ୍ଥାନ ପାଇଛନ୍ତି । ତେବେ ଦୀର୍ଘ ଦିନ ଧରି ODI ରେ ଏକ ନମ୍ବର ବ୍ୟାଟର ରହିଆସିଥିବା ପାକିସ୍ତାନର ବାବର ଆଜାମଙ୍କୁ ପଛରେ ପକାଇ ଭାରତର ଶୁଭମାନ ଗିଲ ବିଶ୍ୱରେ ଏକ ନମ୍ବର ହୋଇଛନ୍ତି। ଶୁଭମାନ ପ୍ରଥମ ଥର ପାଇଁ ODI ରେ ଏକ ନମ୍ବର ମାନ୍ୟତା ହାସଲ କରିଛନ୍ତି। ବର୍ତ୍ତମାନ ଶୁଭମାନ ଗିଲଙ୍କର ୮୩୦ ପଏଣ୍ଟ ରହିଥିବା ବେଳେ ବାବରଙ୍କର ୮୨୪ ପଏଣ୍ଟ ରହିଛି।

ଅନ୍ୟପଟେ ଭାରତର ମହମ୍ମଦ ସିରାଜ ପୁଣି ଥରେ ODI ବୋଲରଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସିରାଜ ଏସିଆ କପ୍‌ ପରଠୁ ବିଶ୍ୱର ଏକ ନମ୍ବର ବୋଲର ରହିଛନ୍ତି। ବର୍ତ୍ତମାନ ସିରାଜଙ୍କର ୭୦୯ ପଏଣ୍ଟ ରହିଥିବା ବେଳେ ଦ୍ୱିତୀୟ ଦକ୍ଷିଣ ଆଫ୍ରିକାର କେଶବ ମହାରାଜଙ୍କର ୬୯୪ ପଏଣ୍ଟ ରହିଛି। ତେବେ କ୍ରିକେଟର ତିନୋଟି ଯାକ ଫର୍ମାଟରେ ନମ୍ବର-୧ ସ୍ଥାନରେ ରହିଥିବା ଟିମ୍‌ ଇଣ୍ଡିଆର ଖେଳାଳିଙ୍କର ସଫଳତାକୁ ନେଇ ସାରା ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ସୂଚନା ଥାଉକି, ଭାରତୀୟ ଖେଳାଳି ଭାବେ ଚତୁର୍ଥ ଥରରେ ବିଶ୍ୱର ଏକ ନମ୍ବର ବ୍ୟାଟର୍‌ ହୋଇଛନ୍ତି ଶୁଭମାନ ଗିଲ । ଅର୍ଥାତ ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କ ପରେ ଚତୁର୍ଥ ଭାରତୀୟ ଖେଳାଳି ଭାବେ ବିଶ୍ୱର ଏକ ନମ୍ବର ବ୍ୟାଟର୍‌ ହୋଇଛନ୍ତି ଶୁଭମାନ ଗିଲ । ଆଜି ସେ ODI ରେ 1 ନମ୍ବର ବ୍ୟାଟର ହୋଇ ଦେଶ ପାଇଁ ଏକ ନୂଆ ଇତିହାସ ଲେଖିଛନ୍ତି ।

Get real time updates directly on you device, subscribe now.