ଶୁଭମନ ଭାଙ୍ଗିଦେଲେ କି ନିୟମ? ବର୍ମିଂହାମ ଟେଷ୍ଟରେ ଭାରତୀୟ କ୍ୟାପ୍ଟେନ ଏମିତି କରିବାରୁ ହଇଚଇ

ଶୁଭମନ ଗିଲ ବର୍ମିଂହାମ ଟେଷ୍ଟରେ ନିୟମ ଉଲ୍ଲଘଂନ କରିଛନ୍ତି!

ନୂଆଦିଲ୍ଲୀ: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟରେ ଶୁଭମନ ପ୍ରଥମ ଇନିଂସରେ ଦ୍ୱିତୀୟ ଶତକ ଏବଂ ଦ୍ୱିତୀୟ ଇନିଂସରେ ଶତକ ମାରି ଇତିହାସ ରଚିଛନ୍ତି।

ସେ ଦୁଇଟି ଇନିଂସକୁ ମିଶାଇ ୪୩୦ ରନ କରିଛନ୍ତି। କିନ୍ତୁ ଏହି ରନ କରିବା ସତ୍ତ୍ୱେ ସେ ବର୍ମିଂହାମରେ ନିୟମ ଭାଙ୍ଗିଛନ୍ତି ବୋଲି ଘୋଷଣା ହୋଇଛି। ବର୍ମିଂହାମରେ ଯେଉଁ କଥାକୁ ନେଇ ଭାରତୀୟ କ୍ୟାପ୍ଟେନଙ୍କ ଉପରେ ଆଙ୍ଗୁଠି ଉଠାଯାଇଛି ଆସନ୍ତୁ ଜାଣିବା ସେହି ବିଷୟରେ..

ଶୁଭମନଙ୍କୁ ନେଇ ଯେଉଁ ମାମଲା ସାମ୍ନାକୁ ଆସିଛି, ତାହା କିଟ୍ ସହ ଜଡ଼ିତ। ଟିମ ଇଣ୍ଡିଆର କିଟ୍ ସ୍ପନ୍ସର Addidas ଅଟେ। ହେଲେ ବର୍ମିଂହାମ ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଖେଳର ଦ୍ୱିତୀୟ ଇନିଂସକୁ ଘୋଷଣା କରିବା ସମୟରେ ଗିଲ ଯେଉଁ କିଟ୍ ପିନ୍ଧିଥିଲେ ତାହା NIKEର ଥିଲା। ଏହି କଥାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ପ୍ରଶ୍ନ ଉଠିଛି ଯେ, କଣ ଗିଲ୍ Addidas ଜାଗାରେ NIKE କିଟ୍ ପିନ୍ଧିଛନ୍ତି।

ଟିମ ଇଣ୍ଡିଆର କିଟ୍ ସ୍ପନ୍ସର Addidas, ହେଲେ ଶୁଭମନ କାହିଁକି NIKE ର କିଟ୍ ପିନ୍ଧିଛନ୍ତି? ସୋସିଆଲ ମିଡିଆରେ ଏନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି। ସମସ୍ତେ ଜାଣିବାକୁ ଏହା ଉତ୍ସୁକ ଅଛନ୍ତି ଯେ, କଣ ଏଇ ନିୟମ ବିରୋଧରେ ଅଛନ୍ତି କି?

ମିଡିଆ ରିପୋର୍ଟସ ମୁତାବକ, ଶୁଭମନ ଗିଲ୍ NIKEର ବ୍ରାଣ୍ଡ ଆମ୍ବାସେଡର, ତେଣୁ ସେ ଏହି କିଟ୍ ପିନ୍ଧିବାରେ କୌଣସି ବିବାଦ ନାହିଁ। ଯେକୌଣସି ଖେଳାଳି ଏହା କଲେ ଏହା ନିୟମ ଉଲ୍ଲଘଂନ ନୁହେଁ।