fbpx

India’s tour of Zimbabwe; ଶୁଭମନ ଗିଲଙ୍କୁ ମିଳିଲା ଅଧିନାୟକ ପଦ: ଜିମ୍ବାୱେ ବିପକ୍ଷ ଡେବ୍ୟୁ କରିବେ ୪ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ବିଶ୍ୱକପ ପରେ ଜିମ୍ବାୱେ ଗସ୍ତରେ ଯିବ ଟିମ ଇଣ୍ଡିଆ । ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ । ଏହି ସିରିଜ ପାଇଁ ବର୍ତ୍ତମାନ ୧୫ ଜଣିଆ ଦଳ ଗୋଷଣା କରିଛି ଭାରତୀୟ କ୍ରିକେଟ ବୋର୍ଡ । ଏଥିରେ ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ସୁଯୋଗ ଦିଆଯାଇଛି । ଅଭିଶେକ ଶର୍ମା, ରିୟାନ ପରାଗ ସମେତ ୪ ଜଣ ଖେଳାଳି ପ୍ରଥମ ଥର ଟିମ ଇଣ୍ଡିଆରେ ସୁଯୋଗ ପାଇଛନ୍ତି । ଏହାବ୍ୟତୀତ ଋତୁରାଜ ଗାଏକ୍ୱାଡ, ରବି ବିଷ୍ଣୋଇ ଏବଂ ୱାଶିଂଟନ ସୁନ୍ଦରଙ୍କ ଭଳି ଖେଳାଳି ଦଳକୁ କମବ୍ୟାକ କରିଛନ୍ତି ।

ଜିମ୍ବାୱେ ଗସ୍ତ ପାଇଁ ଭାରତ ୧୫ ଜଣିଆ ଟିମ୍ ଘୋଷଣା କରିସାରିଛି । ରୋହିତ, ବିରାଟ ଏବଂ ହାର୍ଦ୍ଦିକଙ୍କ ଭଳି ବରିଷ୍ଠ ଖେଳାଳିଙ୍କୁ ଏହି ସିରିଜରେ ବିଶ୍ରାମ ଦିଆ ଯାଇଥିବା ବେଳେ ଶୁଭମନ ଗିଲଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ଏହି ଦଳରେ ୪ ଜଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଛି ବିସିସିଆଇ । ଏହି ସିରିଜରେ ଅଭିଷେକ ଶର୍ମା(ସନରାଇଜର୍ସ ହାଇଦ୍ରାବାଦ), ରିୟାନ ପରାଗ(ରାଜସ୍ଥାନ ରୋୟଲ୍ସ), ତୁଷାର ଦେଶପାଣ୍ଡେ(ଚେନ୍ନାଇ ସୁପର କିଙ୍ଗସ) ଏବଂ ନିତିଶ କୁମାର ରେଡ୍ଡୀ(ସନରାଇଜର୍ସ ହାଇଦ୍ରାବାଦ)ଙ୍କୁ ପ୍ରଥମ ଥର ଟିମ ଇଣ୍ଡିଆରୁ ଡାକରା ମିଳିଛି । ଏହାବ୍ୟତୀତ ଋତୁରାଜ ଗାଏକ୍ୱାଡ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ ଏବଂ ଆଭେଶ ଖାନ୍ କମବ୍ୟାକ କରିବାର ସୁଯୋଗ ପାଇଛନ୍ତି ।

ଜୁଲାଇ ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ୫ଟି ଟି-୨୦ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ଜୁଲାଇ ୬ ତାରିଖରେ ଖେଳାଯିବାକୁ ଥିବା ବେଳେ, ଦ୍ୱିତୀୟ ମ୍ୟାଚ ଜୁଲାଇ ୭ ତାରିଖରେ ଖେଳାଯିବ । ତେବେ ତୃତୀୟ ମ୍ୟାଚ(୧୦ ଜୁଲାଇ), ଚତୁର୍ଥ ମ୍ୟାଚ(୧୩ ଜୁଲାଇ) ଏବଂ ପଞ୍ଚମ ତଥା ଶେଷ ମ୍ୟାଚ ଜୁଲାଇ ୧୪ ତାରିଖରେ ଖେଳାଯିବ । ତେବେ ସିରିଜର ସମସ୍ତ ମ୍ୟାଚ ହରାରେ ଷ୍ଟାଡିୟମରେ ଖେଳିବ ଟିମ ଇଣ୍ଡିଆ ।

ଜିମ୍ବାୱେ ଗସ୍ତରେ Team India: ଶୁଭମନ ଗିଲ(ଅଧିନାୟକ), ଯଶସ୍ୱୀ ଜଏସ୍ୱାଲ, ଋତୁରାଜ ଗାଏକ୍ୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂହ, ସଞ୍ଜୁ ସାମସନ, ଧ୍ରୁବ ଜୁରେଲ, ନିତିଶ ରେଡ୍ଡୀ, ରିୟାନ୍ ପରାଗ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଆଭେଶ ଖାନ୍, ଖଲିଲ ଅହମଦ, ମୁକେଶ କୁମାର, ତୁଷାର ଦେଶପାଣ୍ଡେ ।

Get real time updates directly on you device, subscribe now.