fbpx

ଚଳିତ ବର୍ଷ ଶେଷରେ ଗତି ପରିବର୍ତ୍ତନ କରିବେ ଏହି ଗ୍ରହ; ୪ ରାଶି ଉପରେ ପଡିବ ପ୍ରଭାବ, ଜାଣନ୍ତୁ ଆପଣଙ୍କ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଧିଷ୍ଟ ସମୟରେ ସେମାନଙ୍କ ରାଶି ଏବଂ ଗତି ଉଭୟ ପରିବର୍ତ୍ତନ କରିଥାନ୍ତି । ଫଳରେ ଏହା ପ୍ରତ୍ୟେକ ବ୍ୟକ୍ତି ଉପରେ କିଛି ନା କିଛି ପ୍ରଭାବ ପକାଇଥାଏ । ତେବେ ପୂର୍ବରୁ ଅନେକ ଗ୍ରହ ସେମାନଙ୍କ ରାଶି ପରିବର୍ତ୍ତନ କରିଥିବା ବେଳେ ବର୍ତ୍ତମାନ ବୁଦ୍ଧି, ବିଦ୍ୟା ଏବଂ ଧନର ଗ୍ରହ ଶୁକ୍ର ତାଙ୍କର ଗତି ଏବଂ ରାଶି ପରିବର୍ତ୍ତନ କରିବେ । ଯାହାକି ଚଳିତ ବର୍ଷର ଶେଷ ଗ୍ରହ ଚଳନ ହେବ । ତେବେ ଶୁକ୍ର ଗ୍ରହ ଚଳିତ ବର୍ଷ ଡିସେମ୍ବର ୨୯ ତାରିଖରେ ରାଶି ପରିବର୍ତ୍ତନ କରି ମକର ରାଶିରେ ପ୍ରବେଶ କରିବେ । ଫଳରେ ଏହା ମୋଟ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ । ଯେଉଁ କାରଣରୁ କିଛି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ଅନେକ ସଫଳତା ହାସଲ କରିବା ବେଳେ କିଛି ରାଶିର ବ୍ୟକ୍ତିମାନେ ବିଭିନ୍ନ ସମସ୍ୟା ଦେଇ ଗତି କରିବେ । ତେବେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଖାସ କରି ୪ ଟି ରାଶି ଉପରେ ଅଧିକ ପ୍ରଭାବ ପକାଇବ । ଯେଉଁକାରଣରୁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରାଶିର ବ୍ୟକ୍ତିମାନଙ୍କ ବିଷୟରେ…

କନ୍ୟା: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ରଙ୍କ ରାଶି ପରିବର୍ତ୍ତନ କନ୍ୟା ରାଶିର ବ୍ୟକ୍ତିମାନଙ୍କ ଉପରେ ଖରାପ ପ୍ରଭାବ ପକାଇବ । ଫଳରେ ସେମାନେ ଅନେକ ସମସ୍ୟା ଦେଇ ଗତି କରିବା ସହିତ ଶତ୍ରୁଙ୍କ ଠାରୁ ସତର୍କ ରହିବା ଆବଶ୍ୟକ । ଏତିସହିତ ଏହି ସମୟ ମଧ୍ୟରେ ଗାଡି ଚଳାଚଳ ସମୟରେ କିମ୍ବା ରାସ୍ତାରେ ଯିବା ସମୟରେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ, ଦୁର୍ଘଟଣା ହେବାର ଆଶଙ୍କା ରହିପାରେ । ଏତତ୍ ବ୍ୟତୀତ ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ସମସ୍ୟା ଦେଇ ଗତି କରିବେ । ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ତୁଳା: ଚଳିତ ବର୍ଷର ଶେଷ ଗ୍ରହ ଚଳନ ତୁଳା ରାଶିର ବ୍ୟକ୍ତିମାନଙ୍କୁ ଅଶୁଭ ଫଳ ପ୍ରଦାନ କରିବ । ଫଳରେ ଏହି ରାଶିର ବ୍ୟକ୍ତିମାନେ ଆର୍ଥିକ ସମସ୍ୟା ଦେଇ ଗତି କରିବା ସହ କ୍ଷତିରେ ପଡିପାରନ୍ତି । ତେଣୁ ଅନଲାଇନ୍ ସପିଙ୍ଗ କରୁଥିଲେ ସେଥିପ୍ରତି ସାବଧାନ ରୁହନ୍ତୁ । ନଚେତ ଏହା ଆପଣଙ୍କ ପାଇଁ ମହଙ୍ଗା ପଡିପାରେ । ଏତତ୍ ବ୍ୟତୀତ ଜିନିଷ କିଣିବା ସମୟରେ ସାବଧାନତାର ସହିତ ଏବଂ ଯାଞ୍ଚ କରି ଜିନିଷ କଣନ୍ତୁ ।

ମକର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୨୯ ତାରିଖରେ ଶୁକ୍ର ଗ୍ରହ ମକର ରାଶିରେ ପ୍ରବେଶ କରିବେ । ଫଳରେ ଏହା ମକର ରାଶିର ବ୍ୟକ୍ତିମାନଙ୍କୁ ନିରାଶ ଜନକ ଫଳ ପ୍ରଦାନ କରିବ । ଯେଉଁ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ ପାରିବାରିକ କଳହ ଲାଗି ରହିବା ସହ ଭାଇ ଭଉଣୀଙ୍କ ସହ ସମ୍ପର୍କ ଖରାପ ହେବ । ଏଥିସହିତ ଆର୍ଥିକ ସମସ୍ୟା ମଧ୍ୟ ଦେଖାଦେବ । ତେଣୁ ଏହି ସମୟରେ ସାବଧାନ ରହିବା ଆବଶ୍ୟକ ।

ମୀନ: ମୀନ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁକ୍ର ଗ୍ରହଙ୍କ ରାଶି ପରିବର୍ତ୍ତନ ଅନେକ ସମସ୍ୟା ଆଣିବ । ଏହି ସମୟ ମଧ୍ୟରେ ମାନ ରାଶିର ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖା ଦେବା ସହ ଅନେକ ଖରାପ ପରିସ୍ଥିତି ଦେଇ ଗରି କରିବେ । ତେଣୁ ଏହି ସମୟରେ ଧର୍ଯ୍ୟର ସହ କାର୍ଯ୍ୟ କରିବ।।ବଶ୍ୟକ । ନଚେତ୍ ଏହା ଆପଣଙ୍କୁ ଅଧିକ ବିପଦରେ ପକାଇର ସମ୍ଭାବନା ରହିଛି ।

Get real time updates directly on you device, subscribe now.