fbpx
BSKY SKY
BSKY SKY

ମୟୁରଭଞ୍ଜରେ ବନ୍ଦ ଡାକରା: ପିକେଟିଂ ସହ ଜାତୀୟ ରାଜପଥରେ ଅବରୋଧ

BSKY

ବାରିପଦା: ଆଜି ମୟୁରଭଞ୍ଜରେ କୁଡୁମୀ ସେନା ପକ୍ଷରୁ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି କୁଡୁମୀ ସେନା । କୁଡୁମୀ ସମ୍ପଦାୟ ଏବଂ ଏସଟି ତାଲିକାକୁ ନେଇ ଏହି ଦାବି କରାଯାଇଥିବା ବେଳେ ପିକେଟିଂ ସହ ସ୍ଥାନେ ସ୍ଥାନେ ଚକ ଅଖ ବନ୍ଦ କରିଛି କୁଡୁମୀ ସେନା ।

ସୂଚନା ଅନୁସାରେ, କୁଡୁମୀ ସମ୍ପ୍ରଦାୟକୁ ଏସଟି ତାଲିକାଭୁକ୍ତ କରିବା ଦାବି ନେଇ ଆଜି ୬ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଏହି ବନ୍ଦ ଚାଲୁ ରହିବ ବୋଲି କହିଛି କୁଡୁମୀ ସେନା । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ପିକେଟିଂ ସହ ଏନଏଚ ମଧ୍ୟ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସେପଟେ ବନ୍ଦ ଯୋଗୁଁ ନାନା ଯାତାୟତରେ ସମସ୍ୟା ସୃଷ୍ଟି ହୋଇଯାଇଛି ।

Get real time updates directly on you device, subscribe now.