fbpx

ଆସନ୍ତାକାଲି ସଟଡାଉନ୍, ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ସଟଡାଉନ୍ ହେବାକୁ ଯାଉଥିବାରୁ ଟୁଇନ୍ ସିଟିର ୬୮ ପଏଣ୍ଟରେ ଚେକିଂ କଡାକଡି ହେବ । କଟକର ୨୫ ସ୍ଥାନରେ ଏବଂ ଭୁବନେଶ୍ୱରର ୪୩ ସ୍ଥାନରେ ନାକା ପଏଣ୍ଟରେ ଲୋକମାନଙ୍କୁ ଚେକିଂ କରିବେ ପୋଲିସ୍ କର୍ମଚାରୀ । ଏହି ସମୟରେ ଅତ୍ୟାବଶ୍ୟକ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ଯାଆସ କରିପାରିବେ । ତେଣୁ ସେମାନଙ୍କ ପାଇଁ କୌଣସି ସ୍ପେଶାଲ୍ ପାସ୍ ହୋଇନାହିଁ । ଆଜି ନାଇଟ୍ କର୍ଫ୍ୟୁ ଓ ସଟଡାଉନ୍ ନେଇ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ ସୁଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ କଟକରେ ୧୨ ପ୍ଲାଟୁନ୍ ଫୋର୍ସ ଓ ୧୦୦ ଅଫିସର୍ ନିୟୋଜିତ ହେବେ । ସେହିପରି ଭୁବନେଶ୍ୱରରେ ୨୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଏବଂ ୧୫୦ ଅଫିସର୍ ଚେକିଂ ଦାୟିତ୍ୱରେ ରହିବେ ବୋଲି ମଧ୍ୟ ସୁଚନା ଦିଆଯାଇଛି ।

ଚେକିଂ ସମୟରେ ନିଜ ସଂସ୍ଥା ଦ୍ୱାରା ଦିଆଯାଇଥିବା ପରିଚୟପତ୍ର ଦେଖାଇ କାମକୁ ଯାଇପାରିବେ । ଏଥିସହ ସମସ୍ତଙ୍କୁ କଟକଣା ପାଳନ କରିବାକୁ କମିଶନର ନିବେଦନ କରିଛନ୍ତି ଏବଂ ଅମାନିଆ ମାନଙ୍କ ପ୍ରତି କଡା କାଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି କମିଶନର ।

Get real time updates directly on you device, subscribe now.