fbpx
BSKY
BJD MC SKY
BJD YOUTH SKY

ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌

‌ଭୁବନେଶ୍ୱର,୪/୭(ଓଡିଶା ଭାସ୍କର): ରାଜ୍ୟର ୧୦ଟି ଜିଲ୍ଲାରେ ଆଜି ଓ କାଲି ସଟଡାଉନ୍‌ ଲାଗୁ ହୋଇଛି। ପ୍ରତି ଶନିବାର ଓ ରବିବାର ଦିନ ସଟଡାଉନ ବଳବତ୍ତର ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ୧୦ ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଯାଜପୁର, କେନ୍ଦୁଝର, ବାଲେଶ୍ବର, ମୟୂରଭଞ୍ଜ ଓ ଝାରସୁଗୁଡ଼ା ।

ଏହା ସହ ଆଜିଠୁ ପ୍ରତି ଶନି ଓ ରବିବାର ସଟଡାଉନ ହେବ ଅନୁଗୁଳ ଜିଲ୍ଲା। ଜୁଲାଇ ୩୧ ଯାଏ ଜାରି ରହିବ ସାପ୍ତାହିକ ୨ ଦିନିଆ ସଟଡାଉନ। କୋରୋନା ସଂକ୍ରମଣ ରୋକିବା ଲାଗି ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ।

Get real time updates directly on you device, subscribe now.