fbpx

ଅଗଷ୍ଟ ୧୫ରେ କୋହଳ ହେବ ସଟଡାଉନ କଟକଣା

ଭୁବନେଶ୍ୱର, ୧୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ ବେଶି ପ୍ରଭାବିତ ଜିଲ୍ଲାରେ ରାଜ୍ୟ ସରକାର ସାପ୍ତାହର ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ କଟକଣା ଲାଗୁ କରିଥିଲେ । କିନ୍ତୁ ସ୍ୱାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ସପ୍ତାହନ୍ତ ସଟଡାଉନ ସମୟରେ କଟକଣାକୁ ଟିକେ କୋହଳ କରାଯିବ । ଦିନ ୧୧ଟା ଯାଏଁ ୪ଜିଲ୍ଲାରେ ଗଞ୍ଜାମ, ଖୋର୍ଦ୍ଧା, ଗଜପତି, କଟକ ଓ ରାଉରକେଲା ସହରରେ ଲାଗୁ ହୋଇଥିବା ସପ୍ତାହନ୍ତ କଟକଣାକୁ କୋହଳ କରାଯିବ । ଏହାସହ ପତାକା ଉତ୍ତୋଳନ ବେଳେ ୧୦ରୁ ଅଧିକ ଲୋକ ଏକାଠି ନ ହେବାକୁ ନିର୍ଦ୍ଦେଶ ହୋଇଛି । ସମବେତ ଲୋକେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା ନେଇ ଏସଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.