fbpx

ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ହଟିଲା ସଟଡାଉନ୍

ଝାରସୁଗୁଡା, ୧୪/୮ (ଓଡିଶା ଭାସ୍କର): ରାଜ୍ୟରେ ଏବେ ବହୁ ସଂଖ୍ୟକ କରୋନା  ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏନେଇ ଚାରିଆଡେ କଟକଣା ଲାଗୁ କରାଯାଇଛି। କିନ୍ତୁ ଏହାରି ମଧ୍ୟରେ ସମ୍ବଲପୁର ପରେ ଝାରସୁଗୁଡାରେ ନୂଆଖାଇ ପାଇଁ ସଟଡାଉନ୍ କୁ ହଟେଇ ଦିଆଯାଇଛି। ଏହାସହ ୨୨ ତାରିଖ ସଂଧ୍ୟା ୫ଟା ଯାଏଁ  ଦୋକାନ ବଜାର ଖୋଲା ରହିବ। ୨୩ ତାରିଖରେ ଦିନ ଗୋଟାଏ ଯାଏଁ କଟକଣା  କୋହଳ ହେବ।

Get real time updates directly on you device, subscribe now.