fbpx
BJD SKY
BJD SKY

କଟକରୁ ହଟିଲା ସଟଡାଉନ

BJD

କଟକ, ୧୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ଏହାସହ କଟକ ସହରରେ ମଧ୍ୟ ପ୍ରଶାସନ ପକ୍ଷରୁ ସଟଡାଉନ ଘୋଷଣା କରାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ କଟକ ମହାନଗର ନିଗମ ଅଞ୍ଚଳରୁ ସଟଡ଼ାଉନ ହଟିଥିବା ନେଇ ସୂଚନା ମିଳିଛି । ଆସନ୍ତାକାଲିଠାରୁ ସକାଳ ୫ଟାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ଖୋଲିବ । ସନ୍ଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ଏହାସହ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ମିଳିଛି । ଏନେଇ ସିଏମସି ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.