fbpx

ସମୁଦ୍ରରୁ ମିଳିଲା ନିଆରା ମାଛ! ମଣିଷ ପରି ରହିଛି ଓଠ ଓ ଦାନ୍ତ, ଦେଖନ୍ତୁ ଫଟୋ

ପୃଥିବୀରେ ଅନେକ ଅଦ୍ଭୁଦ ଧରଣର ଜୀବ ମିଳିଥାନ୍ତି, ଯେଉଁମାନଙ୍କ ମଧ୍ୟରୁ କେତେକ ତ ମଣିଷ ପରି ନଜର ଆସନ୍ତି । ସେହିପରି ଏବେ ସୋସିଆଲ ମିଡିଆରେ ଏକ ସମୁଦ୍ର ଜୀବର ଫଟୋ ଭାଇରାଲ ହେବାରେ ଲାଗିଛି । ଫଟୋଟିରେ ଏକ ମାଛ ଥିବା ବେଳେ ତାହା ଦେଖିବାକୁ ଟିକେ ଅଲଗା । ଅନ୍ୟ ମାଛଠାରୁ ଭିନ୍ନ ଦେଖାଯାଉଥିବା ଏହି ମାଛକୁ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ଏହି ମାଛଟିର ଓଠ ବିଲକୁଲ ମଣିଷ ପରି ହୋଇଛି । ଏହାକୁ ଦେଖି ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହି ଫଟୋଟି ମଲେଶିଆର ବୋଲି କୁହାଯାଉଛି । ବୈଜ୍ଞାନିକମାନେ କହନ୍ତି କି, ଏହି ମାଛର ଓଠ ଓ ଦାନ୍ତ ସମ୍ପୂର୍ଣ୍ଣ ମଣିଷ ପରି ରହିଛି । ଏହି ମାଛଟିର ନାମ ଟ୍ରାଇଗର୍ଫିସ ହୋଇଥିବା ବେଳେ ଏହାକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି ।

Get real time updates directly on you device, subscribe now.