fbpx

ପଣ୍ଡିତ ହୋଇ ବିବାହ କରାଇଲେ SI, ଗୁଗୁଲ ସାହାର୍ଯ୍ୟରେ ପଢିଲେ ମନ୍ତ୍ର

କରୋନାକୁ ନେଇ ସାରା ଦେଶରେ ଲକ୍-ଡାଉନ୍ ଆଉ ୨ ସପ୍ତାହ ବଢିଥିବା ବେଳେ ସବୁଦିନ କିଛି ନା କିଛି ଆଶ୍ଚର୍ଯ୍ୟଜନକର ଦୃଶ୍ୟ ଦେଖିବାକୁ ମିଳୁଛି । କରୋନାର ଯୋଦ୍ଧା ସାଜିଥିବା ପୋଲିସକୁ କେବେ ନିୟମ ପାଳୁଥିବା ବା ସମାଜାସେବା କରୁଥିବା ଆଦି ଘଟଣା ତ ଆପଣମାନେ ଦେଖୁଛନ୍ତି । କିନ୍ତୁ କୌଣସି ମହିଳା ପୋଲିସକୁ କେବେ ପଣ୍ଡିତ ହୋଇ ମନ୍ତ୍ର ଉଚ୍ଚାରଣ କରୁଥିବାର ଦେଖିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । ଏଭଳି ଘଟଣା ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ନରସିଂହପୁରରେ ରହୁଥିବା ଲକ୍ଷ୍ମଣ ଚୌଧୁରୀଙ୍କର ବିବାହ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା । କିନ୍ତୁ ବିବାହ ପାଇଁ ପଣ୍ଡିତ ମିଳୁନଥିବାରୁ ଉଭୟ ପରିବାର ଲୋକେ ଚିନ୍ତିତ ଥିଲେ । ସେହି ସମୟରେ ଡ୍ୟୁଟିରେ ଥିବା ଏସଆଇ ଅଞ୍ଜଳୀ ଅଗ୍ନିହୋତ୍ରୀ ବାହ୍ମଣ ପରିବାର ସହ ଜଡିତ ଥିବାରୁ ତାଙ୍କୁ ପଣ୍ଡିତ ହେବାକୁ ପରିବାର ଲୋକେ ଅନୁରୋଧ କରିଥିଲେ । ଶେଷରେ ଏସଆଇ ଅଞ୍ଜଳୀ ପଣ୍ଡିତ ହୋଇ ବର-କଡ଼୍ୟାଙ୍କ ବିବାହ ସମ୍ପନ୍ନ କରିଥିଲେ । କିଛି ମନ୍ତ୍ର ସେ ନିଜେ ଉଚ୍ଚାରଣ କରିବା ସହ ଆଉ କିଛି ମନ୍ତ୍ର ପାଇଁ ସେ ଗୁଗୁଲର ସାହାର୍ଯ୍ୟ ନେଇଥିଲେ । ବିବାହ ପରେ ବର-କନ୍ୟା ଉଭୟ ଅଞ୍ଜଳୀଙ୍କଠାରୁ ଆର୍ଶୀବାଦ ନେଇଥିଲେ । ମହିଳା ପୋଲିସଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଏବେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

Get real time updates directly on you device, subscribe now.