fbpx

ଚାଉଳ ପାଣିରେ କମାନ୍ତୁ ବୟସ !

ବୟସ ବଢ଼ିବା ସଙ୍ଗେ ସଙ୍ଗେ ଆମ ଶରୀରରେ ମଧ୍ୟ ପରିବର୍ତ୍ତନ ଦେଖା ଦେଇଥାଏ । ଯେମିତିକି ମୁହଁରେ କୁଞ୍ଚନ ପଡ଼ିବା ସହ ବ୍ରଣ ମଧ୍ୟ ହୋଇଥାଏ । ଏଥି ପାଇଁ ପୁରୁଷ ହୁଅନ୍ତୁ କିମ୍ବା ମହିଳା ସେମାନେ ବୟସ୍କ ଦେଖାଯାନ୍ତି । ତେବେ ଏଥିରୁ ସୁରକ୍ଷା ପାଇଁ ଅଧିକାଂଶ ମହିଳା ମୁହଁରେ ବିଭିନ୍ନ ପ୍ରକାର କ୍ରିମର ବ୍ୟବହାର କରିଥାନ୍ତି । ତେବେ ମୁହଁର ଚର୍ମରେ କୁଞ୍ଚନ ସୃଷ୍ଟି ହୋଇ ଚେହେରାରେ ବୟସର ପ୍ରଭାବ ପଡ଼ୁଥିଲେ ଆପଣ ଚାଉଳ ପାଣିରେ ଏହାର ଉପଚାର କରିପାରିବେ । ଏଥିରେ ଶରୀରରେ କୌଣସି ପାଶ୍ୱର୍ପ୍ରତିକ୍ରିୟାର ଭୟ ମଧ୍ୟ ନଥାଏ । ଏଥିରେ ମଧ୍ୟ ବହୁମୂଲ୍ୟ ଖର୍ଚ୍ଚ କରିବାକୁ ପଡ଼ିନଥାଏ । ଏହାସହ ଲକ୍ ଡାଉନ ସମୟରେ ବୋର ହେଉଥିଲେ ଏହି ଘରୋଇ ଉପାୟରେ ଆପଣ ଆପଣଙ୍କ ତ୍ୱଚାକୁ ସୁନ୍ଦର କରିପାରିବେ ।
ଚାଉଳ ପାଣିରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି । ଏହା ସ୍କିନକୁ ହାଇଡ୍ରେଟ କରିବା ସହ ରକ୍ତ ସଂଚାଳନକୁ ତ୍ୱରାନିତ କରେ । ସେହିପରି ଚର୍ମରେ ଥିବା ମୃତ କୋଷଗୁଡ଼ିକ ବାହାର କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଏହି ଚାଉଳ ପାଣିରେ ଭିଟାମିନ ଇ, ସି ଏବଂ ପ୍ରଚୁର ପରିମାଣର ମିନେରାଲସ ରହିଛି ।
ପରୀକ୍ଷଣରୁ ଜଣାପଡ଼ିଛି ଜାପାନ ମହିଳାମାନେ ମୁହଁରେ ଚାଉଳ ପାଣିକୁ ବ୍ୟବହାର କରୁଥିବାରୁ ଅଧିକ ବୟସ ଯାଏଁ ସେମାନଙ୍କ ମୁହଁରେ ଚର୍ମ କୁଞ୍ଚନ ପଡ଼ି ନଥାଏ । ଆସନ୍ତୁ ଜାଣିବା ଚାଉଳ ପାଣିରେ ଏହି ସବୁ ସମସ୍ୟାକୁ କିପରି ଦୂର କରିବା ।
ଏଥିପାଇଁ ଆପଣ ଦୁଇରୁ ତିନି ଚାମଚ ଚାଉଳ ନିଅନ୍ତୁ ଏବଂ ଏହାକୁ ଫୁଟାଇ ଏହାର ପାଣିକୁ ବାହାର କରିଦିଅନ୍ତୁ । ଏହି ପାଣିକୁ ଆପଣ ତିନିରୁ ଚାରି ଦିନ ଯାଏ ଫ୍ରିଜରେ ରଖି ଟୋନର ପରି ମୁହଁରେ ଏହାକୁ ବ୍ୟବହାର କରିପାରିବେ ।


ଅନ୍ୟ ଏକ ଉପାୟରେ ଆପଣ ଚାଉଳକୁ ମଧ୍ୟ ବ୍ୟବହାର କରିପାରିବେ । ଦୁଇରୁ ତିନି ଚାମଚ ଚାଉଳ ପାଣିକୁ ଫୁଟାଇବା ପରେ ଏହାର ପାଣିକୁ ଛାଣି ଦିଅନ୍ତୁ । ଏଥିରେ ଗୋଟିଏ ଚାମଚ ମହୁ ଏବଂ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟ ଆପଣ ମୁଁହ ଓ ହାତରେ ଲଗାଇ ପାରିବେ । ମହୁରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଆପଣଙ୍କ ମୁହଁକୁ ଚିକଣ କରିବାରେ ସାହାଯ୍ୟ କରିବା ସହିତ ମୃତ କୋଷଗୁଡ଼ିକ ନଷ୍ଟ କରିବାରେ ସାହାଯ୍ୟ କରେ । ଏହା ସହ ଲେମ୍ବୁରେ ଭିଟାମିନ ସି ଥିବାରୁ ଏହା ସ୍କ୍ରିନକୁ ସୁସ୍ଥ ରଖି ଆପଣଙ୍କ ଚେହେରାରେ ଯୌବନ ବଜାୟ ରଖିଥାଏ । ସାଧାରଣତଃ ୪୦ବର୍ଷ ପରେ ମହିଳାମାନେ ନିଜର ମୁହଁକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି । ତେବେ ଚିନ୍ତାରେ ନ ରହି ଆପଣ ଚାଉଳ ପାଣିକୁ ଏହିପରି ବ୍ୟବହାର କରି ଚିନ୍ତାମୁକ୍ତ ହୋଇପାରିବେ ।

Get real time updates directly on you device, subscribe now.