fbpx

କେଉଁଠାରେ କେତେ ବେଳେ ଉଠିବ ମହାଦୀପ , ଜାଣନ୍ତୁ

ଭୁବନେଶ୍ୱର, ୨୧ା୨(ଓଡ଼ିଶା ଭାସ୍କର): ଆଜି ହେଉଛି ପବିତ୍ର ଶିବରାତ୍ରୀ ଓ ଜାଗରଯାତ୍ରା । ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଏନେଇ ପ୍ରତ୍ୟେକ ଶିବ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । କେଉଁଠି କେଉଁ ସମୟରେ ମହାଦୀପ ଉଠିବ ବର୍ତ୍ତମାନ ଜଣାପଡ଼ିଛି । ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ । କପିଳାଶ ପୀଠରେ ଭୋର ୪ଟା ୨୦ରେ ମହାଦୀପ ଉଠିବ । ସେହିପରି ରାତି ୩ଟାରେ ଲୋକନାଥଙ୍କ ପୀଠରେ ମହାଦୀପ ଉଠିବାକୁ ଥିବା ବେଳେ ଆରଡ଼ି ପୀଠରେ ମହାଦୀପ ଭୋର ୫ଟାରେ ଉଠିବ ବୋଲି ଜଣାପଡ଼ିଛି । ଧବଳେଶ୍ୱର ପୀଠରେ ରାତି ୧ଟାରେ ମହାଦୀପ ଉଠିବ । ସମ୍ବଲପୁର ହୁମା ଶୈବପୀଠରେ ଭୋର ୪ଟାରେ ମହାଦୀପ ଉଠିବ । ଗୁପ୍ତେଶ୍ୱରରେ ରାତି ୧୧ଟା ୩୦ରୁ ୧୨ଟା ଭିତରେ ମହାଦୀପ ଉଠିବ ।

Get real time updates directly on you device, subscribe now.