fbpx

ଟିଭି ଫାଟି ମା ମୃତ, ବାପ-ଝିଅ ଗୁରୁତର

ସୁନ୍ଦରଗଡ,୨୨ ।୨(ଓଡିଶା ଭାସ୍କର): ଟିଭି ଦେଖିବା ବେଳେ ବିସ୍ଫୋରଣ । ଏଥିରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଲହଣାବୁଡରେ ଘଟିଯାଇଛି । ତେବେ ଗତକାଲି ମାଆ ବବି ନାୟକ ୮ ମାସର ଝିଅକୁ ଧରି ଏକ ପୁରୁଣା ଟିଭିରେ ସିରିଏଲ ଦେଖୁଥିଲେ । ଏହି ସମୟରେ ଟିଭିରେ ବିସ୍ଫୋରଣ ହୋଇଥିଲା । ନିଆଁ ଲାଗି ଘଟଣାସ୍ଥଳରେ ମାଆ ବବିଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ସ୍ୱାମୀ ଗୁରୁତର ହୋଇଥିଲେ । ବାପ, ଝିଅଙ୍କୁ ରାଉରକେଲା ଆଇଜିଏଚ ମେଡାକାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.