fbpx

ଆଜି ସରୁଛି ଅନୁପଙ୍କ ରିମାଣ୍ଡ

ରାୟଗଡ,୨୨ ।୨(ଓଡିଶା ଭାସ୍କର): ରାୟଗଡ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ଆଜି ସାରିବ ରିମାଣ୍ଡ ଅବଧି । ପୂର୍ବତନ ବିଧାୟକ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋଙ୍କୁ ନେଇ ଜେରା ଚଳାଇଛି ପୋଲିସ । କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ଆଜି ସଂଧ୍ୟା ସୁଦ୍ଧା ଶେଷ ହେବ ଅନୁପ ସାଏଙ୍କ ରିମାଣ୍ଡ ଅବଧି ।

ତେବେ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଛତିଶଗଡ ରାୟଗଡ ପୋଲିସ । ଆଜି ପୁଣି ଅନୁପ ସାଏଙ୍କୁ କୋର୍ଟରେ ହାଜର କରାଯିବ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.