fbpx

ସିଦ୍ଧାର୍ଥ-କିୟାରାଙ୍କର ବ୍ରେକଅପ୍! କେହି କାହା ସହ ଆଉ କରୁନାହାନ୍ତି ଦେଖା ସାକ୍ଷାତ

ନୂଆଦିଲ୍ଲୀ: ବଲିଉଡର ହଟ୍ କପଲ ସିଦ୍ଧାର୍ଥ ମାଲହୋତ୍ରା ଓ କିୟାରା ଆଡଭାନୀଙ୍କ ରିଲେସନସିପକୁ ନେଇ ଏକ ନୂଆ ଅପଡେଟ୍ ଆସିଛି । କିଛିଦିନ ଧରି ଦୁହିଁଙ୍କ ମଧ୍ୟରେ ଆଫେୟାର ଚାଲିଥିବା ନେଇ ଖୁବ ଜୋରରେ ଚର୍ଚ୍ଚା ହେଉଥିଲା । ମାତ୍ର ଦୁହେଁ ପରସ୍ପରଙ୍କର ବନ୍ଧୁ ବୋଲି କହି ଆସୁଥିଲେ । ତେବେ ଏବେ ଏହି ହଟ୍ ଯୋଡ଼ିଙ୍କର ବ୍ରେକଅପ୍ ହୋଇଯାଇଥିବା ନେଇ ଚର୍ଚ୍ଚା ହେଉଛି ।

ବଲିଉଡର ଲାଇଫର ଏକ ସୂତ୍ରରୁ ଜଣାପଡ଼ିଛି ଯେ, କିଛିଦିନ ହେଲା ସିଦ୍ଧାର୍ଥ ଓ କିୟାରାଙ୍କ ମଧ୍ୟରେ କିଛି ଠିକ୍ ଚାଲି ନଥିଲା । ଦୁହେଁ ଅଲଗା ଅଲଗା ରାସ୍ତାରେ ଚାଲିବା ସହ ପରସ୍ପର ସହ ଦେଖାସାକ୍ଷାତ କରୁନଥିଲେ । ଦୁହିଁଙ୍କ ମଧ୍ୟରେ ରହିଥିବା ପୂର୍ବ ରିଲେସନ୍ ଆଉ ଦେଖିବାକୁ ମିଳୁନାହିଁ । ତେବେ ଏହା ପଛର କାରଣ କ’ଣ ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ତେବେ ବ୍ରେକଅପ୍ ଖବର ଫ୍ୟାନ୍ସଙ୍କର ହୃଦୟକୁ ଭାଙ୍ଗି ଦେଇଛି । ଫ୍ୟାନ୍ସ ଦୁହିଁଙ୍କୁ ବହୁତ ପସନ୍ଦ କରୁଥିବା ବେଳେ ସେମାନଙ୍କର ବହୁତ ଫ୍ୟାନ୍ ଫଲୋଅର ରହିଛନ୍ତି ।

ପୂର୍ବରୁ ସିଦ୍ଧାର୍ଥ ଓ କିୟାରାଙ୍କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଥିଲା । ଏପରିକି ଦୁହେଁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ଦୁହେଁ ପୁଣି ଥରେ ଏକାଠି ହୁଅନ୍ତୁ ଏପରି ପ୍ରାର୍ଥନା କରୁଛନ୍ତି ଫ୍ୟାନ୍ସ । ଫିଲ୍ମ ଶେରଶାହରେ ଦୁହେଁ ଏକତ୍ର ପରଦାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ଦୁହିଁଙ୍କୁ ଦର୍ଶକଙ୍କ ପକ୍ଷରୁ ବହୁତ ଭଲ ପାଇବା ମିଳିଥିଲା । ବର୍ତ୍ତମାନ ସମୟରେ ସିଦ୍ଧାର୍ଥ ନିକଟରେ ଯୋଦ୍ଧା, ମିଶନ ମଜନୁ ଓ ଥ୍ୟାଙ୍କ ଗଡ ପରି ୩ଟି ଫିଲ୍ମ ରହିଛି । ସେହିପରି କିୟାରାଙ୍କ ନିକଟରେ ଭୂଲଭୂଲୈୟା ୨, ଗୋବିନ୍ଦା ନାମ ମେରା, ଆରସି ୧୫, ଯୁଗ ଯୁଗ ଜିୟୋ ପରି ୪ଟି ପ୍ରୋଜେକ୍ଟ ରହିଛି ।

Get real time updates directly on you device, subscribe now.