fbpx

B.Sc ନର୍ସିଂ ଓ ଗ୍ରାଜୁଏଟ୍ ପାଇଁ ଏମ୍ସରେ ଖାଲି ଅଛି ପଦବୀ: ଜାଣନ୍ତୁ ଆବେଦନର ସମୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଷ୍ଟାଫ୍ ନର୍ସ ଏବଂ ପର୍ସନାଲ ଆସିଷ୍ଟାଣ୍ଟ ସମେତ ବିଭିନ୍ନ ପଦବୀ ପାଇଁ ନିଯୁକ୍ତ ବାହାର କରିଛି ବିଳାସପୁର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ । ଏହି ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ପଞ୍ଜୀକୃତ କାକ ମାଧ୍ୟମରେ ୨୮ ଏପ୍ରିଲ ୨୦୨୨ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଆବେଦନ କରିପାରିବେ । ଏହି ପଦବୀଗୁଡିକ ପାଇଁ ମୋଟ ୩୪ ଟି ନିଯୁକ୍ତି ବାହାରିଛିି । ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ http://aiimsbilaspur.edu.in ଯାଇ ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ୨୯ ମାର୍ଚ୍ଚରୁ ଆରମ୍ଭ ହୋଇଛି ଏବଂ ଆବେଦନ କରିବାର ଶେଷ ତାରିଖ ୨୮ ଏପ୍ରିଲ ୨୦୨୨ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ରହିଛି ।

ଗୁରୁତ୍ୱପୂର୍ଣ୍ଣ ତାରିଖ :-
ଆବେଦନ ତାରିଖ ଆରମ୍ଭ – ୨୯ ମାର୍ଚ୍ଚ ୨୦୨୨ ।
ଆବେଦନ କରିବାର ଶେଷ ତାରିଖ – ୨୮ ଏପ୍ରିଲ ୨୦୨୨ ।

ଶିକ୍ଷାଗତ ଯୋଗ୍ୟତା :-
ଷ୍ଟାଫ୍ ନର୍ସ ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ କୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ବିଏସସି ନର୍ସିଂ କିମ୍ବା ପୋଷ୍ଟ ବେସିକ୍ ନର୍ସିଂରେ ଡିଗ୍ରୀ ହାସଲ କରିଥିବା ଅବଶ୍ୟକ । ହଷ୍ଟେଲ ୱାର୍ଡେନ ପଦ ପାଇଁ ଆବେଦନକାରୀ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଉଚିତ୍ । ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକ ବିବରଣୀ ପାଇଁ, ଆପଣ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଅଧିକ ସୂଚନା ପାଇପାରିବେ ।

ବୟସ:-
ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୫୬ ବର୍ଷରୁ ଅଧିକ ନହେବା ଉଚିତ୍ ।

ଏପରି କରନ୍ତୁ ଆବେଦନ:-
ପ୍ରାର୍ଥୀମାନେ ନୋଟିଫିକେସ ସହ ଦିଆଯାଇଥିବା ଆବେଦନ ଫର୍ମକୁ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପୂରଣ କରନ୍ତୁ । ଫର୍ମ ପୂରଣ କରିବା ପରେ ଏହାକୁ ଡେପୁଟି ଡାଇରେକ୍ଟର (ଆଡମିନିଷ୍ଟ୍ରେସନ୍), ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ, ବିଲାସପୁର, ହିମାଚଳ ପ୍ରଦେଶ ୧୭୪୦୦୧ ଠିକଣାରେ ସ୍ପିଡ୍ ପୋଷ୍ଟ କରନ୍ତୁ ।

Get real time updates directly on you device, subscribe now.