fbpx

ଆଗକୁ ICSE Semester-2 ପରୀକ୍ଷା, ଛାତ୍ରଛାତ୍ରୀମାନେ ଫଲୋ କରନ୍ତୁ ଏହି ସମସ୍ତ ଗାଇଡଲାଇନ୍ସ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଆଇସିଏସଇ ସେମିଷ୍ଟର ୨ ପରୀକ୍ଷା ଆୟୋଜିତ ହେବାକୁ ଯାଉଛି । ପୂର୍ବରୁ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷାର ସଂଶୋଧିତ ଟାଇମ୍ ଟେବୁଲ ରିଲିଜ୍ ହୋଇଥିଲା । ତେବେ ପରୀକ୍ଷା ପାଇଁ ଏବେ ଖୁବ୍ ସମୟ ବାକି ରହିଥିବା ବେଳେ ଛାତ୍ରଛାତ୍ରୀମାନେ ଏଥିପାଇଁ ସଚେତନ ରହିବା ଜରୁରୀ । ପରୀକ୍ଷା ସମ୍ବନ୍ଧୀୟ ଏହି ସମସ୍ତ ନିୟମାବଳୀ ଛାତ୍ରଛାତ୍ରୀ ଜାଣିବା ନିହାତି ଜରୁରୀ ।

୧- ଛାତ୍ରଛାତ୍ରୀମାନେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷା ହଲରେ ପହଞ୍ଚିବା ଦରକାର ।

୨- ଆଇସିଏସଇ ଦଶମ ଟାଇମ୍ ଟେବୁଲ ୨୦୨୨ ମୁତାବକ, ଛାତ୍ରଛାତ୍ରୀଙ୍କୁ ପ୍ରଶ୍ନପତ୍ର ପଢ଼ିବା ପାଇଁ ୧୫ ମିନିଟର ଅତିରିକ୍ତ ସମୟ ପ୍ରଦାନ କରାଯିବ ।

୩- ପରୀକ୍ଷା ହଲରେ କୌଣସି ପ୍ରକାରର ଅନୁଚିତ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ନାହିଁ । ଏପରି ଘଟିଲେ ପରୀକ୍ଷାର୍ଥୀଙ୍କୁ ସଙ୍ଗେସଙ୍ଗେ ପରୀକ୍ଷା ହଲରୁ ବାହାରକୁ ଯିବାକୁ ନିର୍ଦ୍ଦେଶ ଦିଆଯିବ ।

୪- ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ ମଧ୍ୟକୁ କୌଣସି ପ୍ରକାରର ବୈଦ୍ୟୁତିକ ସାମଗ୍ରୀ ଯେପରିକି କାଲକୁଲେଟର, ଟାବଲେଟ, ମୋବାଇଲ ଆଦି ନେଇ ଯାଇ ପାରିବେ ନାହିଁ ।

୫- ପରୀକ୍ଷା ହଲ ମଧ୍ୟକୁ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀମାନେ ନିଜ ନିଜର ଆଡମିଟ କାର୍ଡକୁ ଆଣିବାକୁ ଭୁଲିବେ ନାହିଁ । ନିଜର ସୁରକ୍ଷା ଦୃଷ୍ଟିରୁ ପରୀକ୍ଷାର୍ଥୀମାନେ ଅତିକମରେ ଆଡମିଟ୍ କାର୍ଡର ୨-୩ଟି କପି ପାଖରେ ରଖିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.