fbpx

CISF ଯବାନଙ୍କ ବସ୍ ଉପରେ ଆତଙ୍କୀ ଆଟାକ୍: ସାମ୍ନାକୁ ଆସିଲା CCTV ଫୁଟେଜ୍, ଦେଖନ୍ତୁ Video

Advertisement

ଶ୍ରୀନଗର: ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଗତକାଲି ସିଆଇଏସଏଫ୍ ଯବାନଙ୍କ ବସ ଉପରକୁ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ଏଥିରେ ସିଆଇଏସଏଫର ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଶହିଦ ହୋଇଥିବା ବେଳେ ଆଟକ୍ର ସିସିଟିଭ୍ ଫୁଟେଜ୍ ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଆଇଏସଏଫର ଯବାନଙ୍କୁ ନେଇ ଆସୁଥିବା ବେଳେ ବସଟି ସୁଞ୍ଜୱା ଅଞ୍ଚଳରେ ବିଚ୍ ରାସ୍ତାରେ ଅଚାନକ୍ ଅଟକିଥିଲା । ଏହା ପରେ ବସଟି ପୁଣିଥରେ ଆଗକୁ ବଢ଼ିଥିଲା । ଏହି ସମୟରେ ବସ୍ ଉପରକୁ ଗ୍ରେନେଡ ମାଡ଼ ହୋଇଥିଲା ଓ ପରେ ଅନେକ ରାଉଣ୍ଡ ଫାୟାରିଂ ଶବ୍ଦ ଶୁଣିବାକୁ ମିଳିଥିଲା ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ଏହି ଭିଡିଓକୁ ଟ୍ୱିଟ୍ କରିଛି, ଯାହାକି ୧ ମିନିଟ ୫୦ ସେକେଣ୍ଡର ରହିଛି । ରାତିର ସମୟ ହୋଇଥିବା ବେଳେ ରାସ୍ତା ସାଇଟରେ ରୋଡ ଲାଇଟ ଜଳୁଥିବା ଦେଖିବାକୁ ମିଳିଛି । ପୁରା ରାସ୍ତା ଶୂନଶାନ୍ ଥିବା ବେଳେ ବସ ଉପରେ ଆକ୍ରମଣ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତର ୨ ଦିନ ପୂର୍ବରୁ ଏହି ଆକ୍ରମଣ ହୋଇଛି ।

ଅଧିକାରୀଙ୍କ କହିବା ମୁତାବକ, ଶୁକ୍ରବାର ଦିନ ସୁଞ୍ଜୱା ସେନା ଶିବିର ଆଡକୁ ୨ ଆତଙ୍କବାଦୀ ଯାଉଥିବା ସୁରକ୍ଷାକର୍ମୀ ଦେଖିଥଲେ ଓ ଭୋଟ ୪ଟା ୨୫ରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହି ସମୟରେ ସିଆଇଏସଏଫ ବସ୍ ୧୫ ଜଣ ଯବାନଙ୍କୁ ନେଇ ଯାଉଥିବା ବେଳେ ହୋଇଥିବା ଆତଙ୍କୀ ଆଟାକ୍ । ସକାଳୁଆ ସିପ୍ଟ କାମରେ ଯୋଗଦେବାକୁ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ । ଉଭୟ ଆତଙ୍କବାଦୀ ବସ୍ ଉପରକୁ ଗ୍ରେନେଡ ପକାଇ ପଳାଇବା ପୂର୍ବରୁ ଗୁଳି ଚଳାଇଥିଲେ । ଏହା ପରେ ସୁରକ୍ଷାକର୍ମୀମାନେ ଅଞ୍ଚଳକୁ ଘେରାବନ୍ଦୀ କରିଥିଲେ ।

Get real time updates directly on you device, subscribe now.