ଖାଦ୍ୟରେ ଅଧିକ ଲଙ୍କା ଖାଉଥିଲେ ସାବଧାନ! ଏହି ଗମ୍ଭୀର ରୋଗର ହୋଇପାରନ୍ତି ସମ୍ମୁଖୀନ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଲୋକଙ୍କର ଖାଦ୍ୟଶୈଳୀରେ ପରିବର୍ତ୍ତନ ଆସିଛି । ଛୋଟରୁ ବୁଢା ବର୍ତ୍ତମାନ ତେଲ ମସଲା ଯୁକ୍ତ ଖାଦ୍ୟ ଖାଇବା ପାଇଁ ପସନ୍ଦ କରିଥାନ୍ତି । ସ୍ପାଇସି ଫୁଡ ଲେକଙ୍କର ପସନ୍ଦ ପାଲଟିଛି । ତେବେ ଘରୋଇ ରୋଷେଇରେ ମଧ୍ୟ ଲଙ୍କାର ବ୍ୟବହାର ହୋଇଛି । ଖାଦ୍ୟ ଅନୁସାରେ କଞ୍ଚା କିମ୍ବା ଶୁଖିଲା ଲଙ୍କାର ବ୍ୟବହାର ହେଉଛି । ତେବ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଲଙ୍କାରେ ଅନେକ ସ୍ବାସ୍ଥ୍ୟ ଉପକାରିତା ଗୁଣ ରହିଥାଏ । କିନ୍ତୁ ଏହାର ଅଧିକ ବ୍ୟବହାର ଦ୍ବାରା ଶରୀର ଉପରେ ଗମ୍ଭୀର ପ୍ରଭାବ ପଡିବାର ସମ୍ଭାବନା ରହିଥାଏ । ଅଧିକ ପରିମାଣର ଲାଲ ଲଙ୍କା ଖାଇବା ଦ୍ୱାରା ଶ୍ୱାସକ୍ରିୟାରେ ସମସ୍ୟା ବଢିପାରେ ।

ବିଶେଷକରି ଶୁଖିଲା ଲଞ୍ଚା ଖାଇବା କାରଣରୁ ପେଟ ଫୁଲା ସମସ୍ୟା ଦେଖାଯାଇଥାଏ । ଏହା ଦ୍ବାରା ହଜମ କ୍ରିୟାରେ ସମସ୍ୟା ହୋଇଥାଏ । କୋଷ୍ଠକାଠିନ୍ୟ ସହିତ ଜଳାପୋଡା ମଧ୍ୟ ହେବାର ସମ୍ଭାବନା ଅଧିକ ରହିଥାଏ । କେତେକ କ୍ଷେତ୍ରରେ ଝାଡା ଏବଂ ବାନ୍ତି ମଧ୍ୟ ହୋଇପାରେ । ସ୍ବାସ୍ଥ୍ୟବିଶେଷଜ୍ଞଙ୍କ ମଧ୍ୟରେ ହାର୍ଟଆଟାକ୍ ରୋଗୀଙ୍କ ପାଇଁ ଏହା ବିଶେଷ କ୍ଷତି ପହଞ୍ଚାଇଥାଏ । ଉଚ୍ଚ ରକ୍ତଚାପର କାରଣ ହୋଇପାରେ। ଯାହା ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କା ବଢାଇପାରେ । ତେବେ କେତେକ ଅଧ୍ୟୟନରୁ ଜଣାପଡିଛି ଯେ, ଅଧିକ ଲଙ୍କା ଖାଇବା ଦ୍ବାରା କ୍ରୋଧ ବଢିବାର ସମ୍ଭାବନା ଅଧିକ ରହିଥାଏ ।