fbpx
BSKY SKY
BSKY SKY

COVID-19 ର ସାଇଡ୍ ଇଫେକ୍ଟ ; ମା ଗର୍ଭରେ ଶିଶୁର ବ୍ରେନ୍ ଡ୍ୟାମେଜ୍ , ଅଧ୍ୟୟନରୁ ସ୍ପଷ୍ଟ

BSKY

ନୂଆଦିଲ୍ଲୀ : କରୋନା ମହାମାରୀର ବ୍ୟାପିବା ସହିତ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ଅଧ୍ୟୟନ ଜାରି ରହିଛି । ବେଳେବେଳେ କୁହାଯାଏ ଯେ ଏହି କାରଣରୁ ଲୋକଙ୍କଠାରେ ହୃଦ୍‌ଘାତର ମାମଲା ବଢିଛି, ତ ଅନ୍ୟ କେତେବେଳେ କିଛି ଲୋକ ଅନ୍ୟ ରୋଗକୁ କରୋନାର ନାଁ ଦେଇଥାନ୍ତି । ଏଥି ସହିତ ବୈଜ୍ଞାନିକମାନେ ମଧ୍ୟ ଏହାର ସାଇଡ୍‌ଇଫେକଟ ବିଷୟରେ ଅଧ୍ୟୟନ କରୁଛନ୍ତି । ଏକ ଅଧ୍ୟୟନରୁ ଜଣାପଡିଛି ଯେ, ମା ପେଟରେ ଥିିବା ଦୁଇଟି ଶିଶୁ ଠାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଉଭୟ ଶିଶୁଙ୍କର ବ୍ରେନ୍ ଡ୍ୟାମେଜ୍ ବା ମସ୍ତିଷ୍କରେ ବିକୃତ ଥିବା ଜଣାପଡିଥିଲା ।

ଏକ ଜର୍ନଲରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଯେଉଁ ଦିନ ପିଲାମାନେ ଜନ୍ମ ହୋଇଥିଲେ ସେହି ଦିନ ହିଁ ଉଭୟ ଶିଶୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କର ଶାରିରୀକ ବିକାଶରେ ବିଳମ୍ବ ହୋଇଥିଲା । ଜଣେ ଶିଶୁ ୧୩ ମାସରେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣକୁ ଡାକ୍ତରଖାନାରେ ରଖାଯାଇଛି।

ଶିଶୁ ଜନ୍ମ ହେବା ପରେ ଶିଶୁ ଦୁଇ ଜଣ କରୋନା ପଜେଟିଭ୍ ନଥିଲେ । କିନ୍ତୁ ରକ୍ତରେ କୋଭିଡ୍ ଆଣ୍ଟିବଡି ଅଧିକ ରହିଥିଲା ବୋଲି ମିଆମି ବିଶ୍ୱବିଦ୍ୟାଳୟର ଶିଶୁ ବିଶେଷଜ୍ଞ କହିଛନ୍ତି । ତେଣୁ ଏହା ମା ଠାରୁ ସ୍ଥାନାନ୍ତରିତ ହୋଇଥାଇପାରେ ବୋଲି ବିଶେଷଜ୍ଞ କହିଛନ୍ତି । ଅପର ପକ୍ଷରେ ମୃତ୍ୟୁବରଣ କରିଥିବା ଶିଶୁର ଶବ ବ୍ୟବଚ୍ଛେଦ ସମୟରେ କରୋନା ଭାଇରସ୍ ଚିହ୍ନଟ ହୋଇଛି ।

ଅନୁସନ୍ଧାନରୁ ଜଣାପଡିଛି ଯେ, ଉଭୟ ମା କରୋନା ସଂକ୍ରମିତ ହୋଇଥିଲେ । ଜଣଙ୍କର ସାମାନ୍ୟ ଲକ୍ଷଣ ଥିବା ବେଳେ ଅନ୍ୟ ମା ର ଅବସ୍ଥା ଏତେ ଅସୁସ୍ଥ ଥିଲେ ଯେ ସମୟ ପୂର୍ବରୁ ତାଙ୍କର ପ୍ରସବ କରାଇବାକୁ ପଡିଥିଲା । ଏହି ଘଟଣା କ୍ୱଚିତ୍ ବୋଲି ବିଶେଷଜ୍ଞ ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଶାହନାଜ ଡୁଆରା କହିଛନ୍ତି । ତେଣୁ ଗବେଷକମାନେ ଗର୍ଭବତୀ ଥିବା ସମୟରେ COVID-19 ଟୀକାକରଣ କରିବାକୁ ମହିଳାମାନଙ୍କୁ ଅନୁରୋଧ କରିଛନ୍ତି। ହେଲେ ଏହାକୁ ନେବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରାନ୍ତୁ । ଟିକା ଉପଲବ୍ଧ ହେବା ପୂର୍ବରୁ ଗର୍ଭସ୍ଥ ଶିଶୁ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.