fbpx
BSKY
BJD YOUTH SKY
BJD MS SKY

ପୁଣି ମାରାତ୍ମକ ରୂପ ନେଉଛି କରୋନା ; ପୁନର୍ବାର ମାସ୍କକୁ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ, ସତର୍କତା ଭାବରେ ଅନେକ ରାଜ୍ୟ ପୁନର୍ବାର ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସପ୍ତାହ ପୂର୍ବରୁ ଏକ ସମୀକ୍ଷା ବୈଠକ କରିଥିଲେ । ରାଜ୍ୟମାନଙ୍କୁ ସଜାଗ ରହିବାକୁ ଏବଂ ଉଙଠଓଊ-୧୯ ପାଇଁ ସେମାନଙ୍କର ପ୍ରସ୍ତୁତି ସମୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଏପ୍ରିଲ ୧୦ ଏବଂ ୧୧ ରେ ସମସ୍ତ ଡାକ୍ତରଖାନାର ଭିତ୍ତିଭୂମିରେ ମକ୍ ଡ୍ରିଲ୍ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ବିଷୟରେ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ସହ କେତେକ ରାଜ୍ରରେ ମାସ୍କୁ ବାଧ୍ୟତାମୂଳକ କରାଯାଇଛି ।

ସତର୍କତାମୂଳକ ପଦକ୍ଷେପ ଭାବରେ ହରିୟାଣା ସରକାର ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କୋଭିଡ ଉପଯୁକ୍ତ ଆଚରଣ ପାଳନ କରିବାକୁ ଅନୁରୋଧ କରିଛି।

ସେହିପରି ପୁଡୁଚେରୀ ପ୍ରଶାସନ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଏକ ବିବୃତ୍ତିରେ କୁହାଯାଇଛି ଯେ ଡାକ୍ତରଖାନା, ହୋଟେଲ, ରେଷ୍ଟୁରାଣ୍ଟ, ମଦ ଦୋକାନ, ମନୋରଞ୍ଜନ ସ୍ଥାନ, ସରକାରୀ କାର‌୍ୟ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ କାର‌୍ୟ୍ୟ କରୁଥିବା କର୍ମଚାରୀମାନେ ବାଧ୍ୟତାମୂଳକ ଭାବେ ମାସ୍କ ପିନ୍ଧିବା ଉଚିତ୍।

ସେହିପରି କେରଳରେ ମଧ୍ୟ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଗର୍ଭବତୀ ମହିଳା, ବୃଦ୍ଧ ଏବଂ ଜୀବନଶୈଳୀରେ ପୀଡିତ ଥିବା ଲୋକଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ରାଜ୍ୟରେ ଉଙଠଓଊ-୧୯ ସ୍ଥିତିର ଆକଳନ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ କହିଛନ୍ତି ଯେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ମଧୁମେହ ଭଳି ରୋଗରେ ପୀଡିତ ଥିବା ରୋଗୀମାନେ ଅଧିକାଂଶ ମୃତ୍ୟୁବରଣ କରୁଛନ୍ତି ।

Get real time updates directly on you device, subscribe now.