fbpx
BSKY SKY
BSKY SKY

SBI ଗ୍ରାହକ ଏଣିକି ମିସ୍ କଲରୁ ଚେକ୍ କରିପାରିବେ ବ୍ୟାଙ୍କ ବାଲାନ୍ସ: ଜାଣନ୍ତୁ ଆଉ କ’ଣ ମିଳିବ ସୁବିଧା

BSKY

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ମିସ୍ କଲ ଏବଂ ଏସଏମଏସ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କ ସେବା ଯୋଗାଉଛି । ଏସବିଆଇ ଗ୍ରାହକମାନେ ସେମାନଙ୍କ ମୋବାଇଲରୁ ମିୀସ୍ କଲ ବା ମେସେଜ୍ କରି ନିଜ ଆକାଉଣ୍ଟ ବାଲାନ୍ସ, ମିନି ଷ୍ଟେଟମେଣ୍ଟ ଏବଂ ଅନ୍ୟାନ୍ୟ ଅନେକ ତଥ୍ୟ ହାସିଲ କରିପାରିବେ ।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସୁବିଧାକୁ ଏସବିଆଇ କ୍ୱିକ୍ ମିସ୍ କଲ୍ ବ୍ୟାଙ୍କିଙ୍ଗ୍ ସେବା ଭାବରେ ନାମିତ କରିଛି । ଏସବିଆଇ କ୍ୱିକ୍ ଏକ ପ୍ରକାରର ମିସ କଲ ବ୍ୟାଙ୍କିଂ ସର୍ଭିସ୍, ଯାହାକି ଏସବିଆଇ ବ୍ୟାଙ୍କର ଗ୍ରହାକଙ୍କୁ ରେଜିଷ୍ଟ୍ରେସନ୍, ଆକାଉଣ୍ଟ୍ ବାଲାନ୍ସ, ମିନି ଷ୍ଟେଟମେଣ୍ଟ, ଏଟିଏମ୍ କାର୍ଡ ବନ୍ଦ, ଲୋନ୍ ଏବଂ ପିଏମ୍ ସୋଶାଲ ସିକ୍ୟୁରିଟି ଯୋଜନା ସମେତ ଅନେକ ପ୍ରକାର ସେବାର ଅଫର ଦେଉଛି । ଏସବିଆଇର ଗ୍ରାହକମାନେ ଏହି ସେବାରେ ନିଜକୁ ଡି-ରେଜିଷ୍ଟର କରିପାରିବେ । ଏହା ସହ ଗ୍ରାହକମାନେ ଇମେଲ ମାଧ୍ୟମରେ ନିଜ ଆକାଉଣ୍ଟର ସୂଚନା ହାସିଲ କରିପାରିବେ । ଏହା ବ୍ୟତୀତ ଏସବିଆଇ ଗ୍ରାହକମାନେ ଇମେଲ ମାଧ୍ୟମରେ ହୋମ୍ ଲୋନ୍ ଏବଂ ଏଜୁକେସନ୍ ଲୋନର ସୁଧ ପ୍ରମାଣପତ୍ର ମଧ୍ୟ ପାଇପାରିବେ ।

କିପରି କରିବେ ରେଜିଷ୍ଟ୍ରେସନ୍ ?
ଏସବିଆଇ କ୍ୱିକ୍ ମିସ୍ଡ କଲ ବ୍ୟାଙ୍କିଂ ସେବାର ଲାଭ ଉଠାଇବା ପାଇଁ ଏସବିଆଇ ଗ୍ରାହକଙ୍କୁ ରେଜିଷ୍ଟ୍ରେସନ୍ କରିବାକୁ ପଡିବ । ଏଥିପାଇଁ ଆକାଉଣ୍ଟ ହୋଲ୍ଡରଙ୍କୁ ନିଜର ରେଜିଷ୍ଟ୍ରେସନ୍ ମୋବାଇଲ ନମ୍ବରରୁ ୦୯୨୨୩୪୮୮୮୮୮କୁ ‘REGaccount number’ଲେଖି ମେସେଜ ପଠାଇବାକୁ ପଠିବ । ଉଦାହରଣ ସ୍ୱରୂପ, ଆପଣଙ୍କ ଆକାଉଣ୍ଟ୍ ନମ୍ବର ୧୨୩୪୫୬୭୮୯, ତେବେ ଆପଣଙ୍କୁ REG୧୨୩୪୫୬୭୮୯ ଲେଖି ମେସେଜ୍ ପଠାଇବାକୁ ପଡିବ ।

ବାଲାନ୍ସ ଏବଂ ଅନ୍ୟାନ୍ୟ ସୂଚନା ଯାଞ୍ଚ କରିବାକୁ ଆପଣଙ୍କୁ ଏକ ମିସ୍ କଲ୍ ଦେବାକୁ ପଡିବ କିମ୍ବା ୦୯୨୨୩୭୬୬୬୬୬ କୁ BAL ଟାଇପ୍ କରି ମେସେଜ ପଠାଇବାକୁ ପଡିବ । ମିନି ଷ୍ଟେଟମେଣ୍ଟ ଯାଞ୍ଚ କରିବାକୁ ଆପଣଙ୍କୁ MSTMT ଟାଇପ୍ କରିବାକୁ ପଡିବ ଏବଂ ଏହାକୁ ୯୨୨୩୮୬୬୬୬୬ କୁ ପଠାଇବାକୁ ପଡିବ । ଅନ୍ୟ ପଟେ ଯଦି ଆପଣ ଆପଣଙ୍କର ଏଟିଏମ୍ କାର୍ଡକୁ ବ୍ଲକ୍ କରିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଆପଣଙ୍କର ଏଟିଏମ୍ କାର୍ଡର ଶେଷ ଚାରି ଅଙ୍କକୁ Block ସହିତ ୫୬୭୬୭୬ କୁ ପଠାଇବାକୁ ପଡିବ । ଏହା ସହ କାର କିମ୍ବା ହୋମ୍ ଲୋନ୍ ବିଷୟରେ ସୂଚନା ପାଇବାକୁ ହେଲେ ଆପଣଙ୍କୁ ୫୬୭୬୭୬ କିମ୍ବା ୦୯୨୨୩୫୮୮୮୮୮ କୁ କାର କିମ୍ବା ଘର ଲେଖି ମେସେଜ୍ ପଠାଇବାକୁ ପଡିବ ।

Get real time updates directly on you device, subscribe now.