fbpx
BJD SKY
BJD SKY

ସୁକନ୍ୟା ସମୃଦ୍ଧି ଯୋଜନାରେ କରନ୍ତୁ ଏତିକି ଟଙ୍କା ନିବେଶ, ୨୧ବର୍ଷରେ ମିଳିବ ୬୫ ଲକ୍ଷ ଟଙ୍କା

BJD

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଝିଅ ମାନଙ୍କ ପାଇଁ ସୁକନ୍ୟା ଯୋଜନା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରୁଛନ୍ତି । ବାପା- ମା ଏହି ସ୍ମଲ ସେଭିଙ୍ଗ୍ସ ସ୍କିମରେ ନିଜ ଝିଅର ଭବିଷ୍ୟତ ପାଇଁ କିଛି ଅର୍ଥ ସେଭିଙ୍ଗ କରୁଛନ୍ତି । ଏହି ସ୍କିମ ହେଉଛି ଏକ ଦୀର୍ଘ ଯୋଜନା ଅଟେ । ଏଥିରେ ନିବେଶ କରି ଅଭିଭାବକ ମାନେ ନିଜ ଝିଅର ପାଠ ପଢା ଠାରୁ ଆରମ୍ଭ କରି ବିବାହ ପାଇଁ ଟଙ୍କା ସଞ୍ଚୟ କରିପାରିବେ । ସରକାର ମଧ୍ୟ ଏହି ସ୍କିମର ସୁଧ ଦର ୭.୬ ପ୍ରତିଶତରୁ ୮ପ୍ରତିଶତ ବୃଦ୍ଧି କରିଛନ୍ତି ।
ସୁକନ୍ୟା ସମୃଦ୍ଧି ଯୋଜନା ୨୧ ବର୍ଷ ପାଇଁ ଖୋଲାଯାଉଛି । ହେଲେ ମାତା-ପିତାଙ୍କୁ ଆରମ୍ଭରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିଥାଏ । ସୁକନ୍ୟା ସମୃଦ୍ଧି ଯୋଜନାରେ ୧୦ ବର୍ଷରୁ କମ ଝିଅ ମାନଙ୍କ ଖାତା ତାଙ୍କ ବାପା ମାଆଙ୍କ ନାମରେ ଖୋଲାଯାଇଥାଏ । ଏହି ସ୍କିମ ଅନୁଯାୟୀ, ବାର୍ଷିକ ୨୫୦ ଟଙ୍କା ଠାରୁ ନେଇ ୧.୫୦ ଟଙ୍କା ଜମା କରାଯାଉଛି ।

ପୂର୍ବ ଯୋଜନା ମାଧ୍ୟମରେ ଝିଅ ମାନଙ୍କୁ ଖାତାରେ ୮୦ସି ମାଧ୍ୟମରେ ଟ୍ୟାକ୍ସର ରିହାତି ମିଳୁଥିଲା । ହେଲେ କିଛି ମାସ ପୂର୍ବ ସ୍କିମର ନିୟମରେ ପରିବର୍ତ୍ତନ ଘଟିଛି ଏବଂ ବର୍ତ୍ତମାନ ଗୋଟିଏ ଝିଅ ପରେ ଯଦି ୨ଟି ଯାଆଁଳା ଝିଅ ହୁଏ ତେବେ ତାଙ୍କ ଖାତାରେ ମଧ୍ୟ ଟ୍ୟାକ୍ସର ରିହାତି ପାଇପାରିବେ । ଏହି ଯୋଜନାର ଲାଭ ଉଠାଇବା ପାଇଁ ପାଖରେ ଥିବା ପୋଷ୍ଟ ଅଫିସ ବା ବ୍ୟାଙ୍କକୁ ଯାଇ ଆପଣ ଖାତା ଖୋଲିପାରିବେ ।

ସୁକନ୍ୟା ସମୃଦ୍ଧି ଯୋଜନା ୨୧ ବର୍ଷରେ ମ୍ୟାଚୋର ହୋଇଥାଏ । ଝିଅ ମାନଙ୍କୁ ୧୮ ବର୍ଷ ହେଲେ ଏହି ଖାତାରୁ ତା ପାଠ ପଢା ପାଇଁ ଟଙ୍କା ଉଠାଯାଇପାରିବ । ୨୦୨୩ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ମାସରେ ପାଖାପାଖି ୩ କୋଟି ଆକାଉଣ୍ଟ ଖୋଲା ଯାଇପାରିବ । ୨୦୧୫ରେ ସରକାରଙ୍କ ତରଫରୁ ଝିଅ ମାନଙ୍କ ଭବିଷ୍ୟତ ପାଇଁ ଆର୍ଥିକ ରୂପରେ ସୁରକ୍ଷିତ କରିବା ପାଇଁ ଏହି ଯୋଜନାକୁ ଆରମ୍ଭ କରାଯାଇଥିଲା । ଆପଣ ଏଥିରେ ମାତ୍ର ୨୫୦ ଟଙ୍କାରୁ ନିବେଶ କରିପାରିବେ ।

ଯଦି କୌଣସି ପିତା ମାତା ଶିଶୁ କନ୍ୟାର ଜନ୍ମ ହେବା ପରଠାରୁ ମାସିକ ୧୨,୫୦୦ ଟଙ୍କା ନିବେଶ କରନ୍ତି ତେବେ ତାହା ବର୍ଷକୁ ୧,୫୦,୦୦୦ ଲକ୍ଷ ଟଙ୍କା ଜମା କରିବେ । ଏହିପରି ୧୫ ବର୍ଷରେ ୨୨,୫୦.୦୦ ଟଙ୍କା ନିବେଶ କରୁଛନ୍ତି । ବର୍ତ୍ତମାନ ଯଦି ଆମେ ପୂରୁଣା ସୁଧ ଦରରେ ହିସାବ କରିବା ତେବେ ତାହା ୭.୬ ପ୍ରତିଶତ ଅନୁସାରେ, ତାହା ୪୩,୪୩,୦୭୧ ଟଙ୍କା ସୁଧରେ ମିଳିବ । ସେହିପରି ଝିଅକୁ ୨୧ ବର୍ଷ ହେଲା ବେଳକୁ ତାହା ୬୫,୯୩,୦୭୧ ଟଙ୍କା ଜମା କରିପାରିବେ ।

Get real time updates directly on you device, subscribe now.