fbpx

ଗୋପାଳପୁର ଆସନରୁ ବିଧାୟକ ଭାବେ ଲଢ଼ିବେ ସିଦ୍ଧାନ୍ତ! ଆସୁଛି ୨୦୨୪ ନିର୍ବାଚନ, ପ୍ରଦୀପଙ୍କ ପାଇଁ ସତର୍କ ଘଣ୍ଟି

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ୨୦୨୪ ବିଧାନସଭା ଓ ଲୋକସଭା ନିର୍ବାଚନ । ସେଥିପାଇଁ ରାଜ୍ୟରେ ପୁଣି ଥରେ କ୍ଷମତା ହାସଲ କରି ସରକାର ଗଠନ ଲକ୍ଷ୍ୟରେ ରହିଛି ବିଜେଡି । ତେଣୁ ନିର୍ବାଚନ ପୂର୍ବରୁ ନିଜର ସଂଗଠନକୁ ମଜବୁତ କରିବାରେ ଲାଗିପଡ଼ିଛି ଦଳ । ତେବେ ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ରାଜନୀତିକୁ ନେଇ ବେଶ୍ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଦଳରୁ ବିଦାହେବା ପରେ ଏବେ ଦଳ ନୂଆ ପ୍ରାର୍ଥୀଙ୍କ ସନ୍ଧାନ କରୁଥିବା ଜଣାଯାଉଛି । ସେଥିପାଇଁ ଦଳ ଅଭିନେତା ତଥା ବ୍ରହ୍ମପୁର ଲୋକସଭା ଆସନରୁ ଦୁଇଥର ସାଂସଦ ଭାବେ ନିର୍ବାଚନୀ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ମଇଦାନକୁ ଛାଡ଼ିବାକୁ ପ୍ରୟାସ କରୁଛି । ହଠାତ୍ ଗଞ୍ଜାମରେ ସିଦ୍ଧାଙ୍କର ଆବିର୍ଭାବକୁ ନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି । କୁହାଯାଉଛି, ଏଥର ସିଦ୍ଧାନ୍ତ ଗୋପାଳପୁର ବିଧାନସଭା ଆସନରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚନ ଲଢ଼ିବେ ।

ତେବେ ସିଦ୍ଧାନ୍ତଙ୍କୁ ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା କେତେଦୂର ଠିକ୍, ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ସିଦ୍ଧାନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ପ୍ରଦୀପ ଚୁପ୍ ବସିନାହାନ୍ତି । ପ୍ରଦୀପ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗସ୍ତରେ ଯାଇଥିବା ବେଳେ କର୍ମୀମାନେ ତାଙ୍କୁ ଫୁଲବର୍ଷା କରି ସ୍ୱାଗତ କରିଛନ୍ତି । ତେବେ ଯଦି ସବୁକିଛି ଠିକଠାକ ରୁହେ, ତେବେ ଆସନ୍ତା ନିର୍ବାଚନରେ ସିଦ୍ଧାନ୍ତ-ପ୍ରଦୀପ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିପାରେ ।

Get real time updates directly on you device, subscribe now.