fbpx
BSKY
BJD YOUTH SKY
BJD MS SKY

କଂଗ୍ରେସ ନେତା ପୱନ ଖେଡ଼ା ଏୟାରପୋର୍ଟରେ ହେଲେ ଗିରଫ, ଆସାମ ପୋଲିସ ଅନୁରୋଧରେ ଦିଲ୍ଲୀ ପୋଲିସର ଆକ୍ସନ

ନୂଆଦିଲ୍ଲୀ: କଂଗ୍ରେସ ନେତା ପୱନ ଖେଡ଼ାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ଗିରଫ କରାଯାଇଛି । ପବନ ଖେଡ଼ା କଂଗ୍ରେସ ନେତାମାନଙ୍କ ସାଙ୍ଗେ ରାୟପୁରରେ ହେବାକୁଥିବା କଂଗ୍ରେସ ଅଧିବେଶନରେ ସାମିଲ ହେବା ପାଇଁ ଇଣ୍ଡିଗୋ ଫ୍ଲାଇଟରେ ଆସୁଥିଲେ । ଏୟାରପୋର୍ଟରେ ପହଁଚିବା ମାତ୍ରେ ଦିଲ୍ଲୀ ପୋଲିସ ସେମାନଙ୍କୁ ପ୍ଲାଇଟରୁ ବାହାରକରି ହେପାଜତରେ ନେଇଛି । ଅସାମ ପୋଲିସର ସୁପାରିଶ କ୍ରମେ ଦିଲ୍ଲୀ ପୋଲିସ ତାଙ୍କୁ ଅଟକ ରଖିଛନ୍ତି, ଏନେଇ ଦିଲ୍ଲୀ ପୋଲିସ ଦାବି ଜଣାଇଛି ।

ଆସାମ ପୋଲିସର ଆଇଜିପି ପ୍ରଶାନ୍ତ କୁମାର ଭୁଇଁଆ ସମାଚାର ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, ଆସାମର ଡିମା ହାସାଓର ହାଫଲଙ୍ଗରେ କଂଗ୍ରେସ ନେତା ପୱନ ଖେଡାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି । ତେଣୁ ଆସାମ ପୋଲିସ ତାଙ୍କର ରିମାଣ୍ଡ ନେବା ପାଇଁ ଦିଲ୍ଲୀ ପହଁଚିଛନ୍ତି । ଆସାମ ପୋଲିସ ଦିଲ୍ଲୀ ପୋଲିସକୁ ପୱନ ଖେଡକୁ ଗିରଫ କରିବା ପାଇଁ ଅପିଲ କରିଥିଲେ । ପୱନ ଖେଡ଼ା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଟିପ୍ପଣୀ ମଧ୍ୟ କରିଛନ୍ତି । ଆସାମ ପୋଲିସ ଏହି କଥାକୁ ଏଥିରେ ଯୋଡିଛନ୍ତି ।

ପୱନ ଖେଡାଙ୍କୁ ଗିରଫ କରିବା ବିରୋଧରେ ତାଙ୍କ ସହ ଉପସ୍ଥିତ ଥିବା କଂଗ୍ରେସ ନେତା ଏୟାରପୋର୍ଟରେ ଧାରଣାରେ ବସିଛନ୍ତି । କଂଗ୍ରେସ ଏହାକୁ ମୋଦୀ ସରକାରଙ୍କ ଷଡଯନ୍ତ୍ର ବୋଲି କହୁଛି । କେବଳ ଏତିକି ନୁହେଁ କଂଗ୍ରେସ ଏହି ମାମଲାକୁ ଛତିଶଗଡ଼ ରେ କଂଗ୍ରେସ ଅଧିବେଶନ ସହ ସଂଯୋଗ କରୁଛନ୍ତି । ରାୟପୁରରେ ହେବାକୁ ଥିବା ରାଷ୍ଟ୍ରୀୟ ଅଧିବେଶନକୁ ବାଧା ପହଁଚାଇବାକୁ ଚେଷ୍ଟା କରୁଛି ।

ସେଠାରେ ପୱନ ଖେଡ଼ା ଟ୍ୱିଟ କରି କହିଛନ୍ତିି ଯେ, ପ୍ରଥମେ ମୋତେ କୁହାଯାଇଥିଲା, ଆପଣଙ୍କ ଜିନିଷ ପତ୍ରକୁ ନେଇ କିଛି ସମସ୍ୟା ରହିଛି । ସେତେବେଳେ ମୋ ପାଖେ କେବଳ ହ୍ୟାଣ୍ଡବ୍ୟାଗ ହିଁ ଥିଲା । ତେବେ ମୁଁ ଯେତେବେଳେ ତଳକୁ ଆସିଲି ସେତେବେଳେ ମୋତେ କୁୁହାଗଲା ଆପଣ ଯାଇପାରିବେ ନାହିଁ । ପରେ କୁହାଗଲା ଆପଣଙ୍କ ସହ ଡିସିପି ଭେଟ କରିବେ । ମୁଁ ବହୁ ସମୟ ପର୍ଯ୍ୟନ୍ତ ଏଠାରେ ଅପେକ୍ଷା କରିଛି, ନିୟମ ,କାନୁନ ଏବଂ କାରଣର କୌଣସି ସୂଚନା ନାହିଁ ।

Get real time updates directly on you device, subscribe now.