fbpx

(video) ଜେଲ୍ ରେ କଏଦୀ ପିନ୍ଧିଛି ଦେଢ ଲକ୍ଷ ଟଙ୍କାର ଚପଲ, ଜିନ୍ସ ଦାମ୍ ଶୁଣିଲେ ହୋସ୍ ଉଡିଯିବ…. ଚଢଉ ବେଳେ କାନ୍ଧିଲା ଅଭିଯୁକ୍ତ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଠକେଇ ଅଭିଯୋଗରେ ଜେଲରେ ଥିବା ମୁକେଶ ଚନ୍ଦ୍ରଶେଖର ଛାଣ୍ଟ୍ ବଦଳିନି । ବାକୁଙ୍କ ନୱାବୀବାଜ୍ ରେ କିଛି କମ୍ ହୋଇ ନାହିଁ । ଜେଲରେ ରହି ମଧ୍ୟ ଦେଢ ଲକ୍ଷ ଟଙ୍କାର ଚପଲ ପିନ୍ଧିଛି । ଆଉ ସେ ଯେଉଁ ଜିନ୍ସ ପିନ୍ଧିଛି ତାହା ଦାମ ୍ ଶୁଣିଲେ ହୋସ୍ ଉଡିଯିବ । ୮୦ ହଜାର ଟଙ୍କାର ଜିନ୍ସ ପିନ୍ଧୁଛି । ଯେତେବେଳେ ଅଧିକାରୀମାନେ ଜେଲରେ ଚଢଉ କରିଥିଲେ ସେମାନଙ୍କ ସାମ୍ନାରେ ସେ ଛୋଟ ପିଲା ଭଳି କାନ୍ଦିଥିଲା । ଏହାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ମୁକେଶ କୋଠରୀରେ ଏକା ଥିବା ସମୟରେ ଅଧିକାରୀମାନେ ଚଢଉ କରିଥିଲେ । ସେଲରେ ଥିବା ସମସ୍ତ ଜିନିଷକୁ ଟିକିନିଖି କରି ତନଖି କରିଥିଲେ । ସେଠାରୁ ପ୍ରାୟ ୧.୫ ଲକ୍ଷ ଟଙ୍କାର ଚପଲ ଏବଂ ୮୦ ହଜାରର ୁ ଅଧିକ ମୂଲ୍ୟର ୩ଟି ଜିନ୍ସ ମିଳିଥିଲା ।

ସେହ ସମୟର ଏକ ସିସିଟିଭି ଫୁଟେଜ୍ ମଧ୍ୟ ରେକର୍ଡ କରାଯାଇଛି । ରେଡ୍ ବେଳେ ଅଭିଯୁକ୍ତ ମୁକେଶ ଅଡ଼ିକାରୀଙ୍କ ସାମ୍ନାରେ କାନ୍ଧୁଥିବାର ସିସିଯଇଭି ଫୁଟେଜ୍ ରେ ଦେଖାଯାଇଛି । ଏହି ଫୁଟେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ସିସିଟିଭି ଫୁଟେଜ୍ ଲିକ୍ କୁ ନେଇ ଏବେ ତଦନ୍ତ ଚାଲିଛି, ଯିଏ କରିଛି ଜଣାପଡିଲେ ତା ବରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାଯୋଗ୍ୟ, ମୁକେଶ ଚନ୍ଦ୍ରଶେଖର ନାଁରେ ଠକେଇ ଅଭିଯୋଗ ହୋଥିଲା । ଦିଲ୍ଲୀ ପୋଲିସ ପେବୃଆରୀ ୧୬ରେ ଠକେଇ ଅଗିଯୋଗରେ ତାକୁ ଗିରଫ କରିଥିଲା । ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ପୋଲିସ ତାକୁ ଗିରଫ କରିଥିଲା । ପ୍ରଥମେ ତାକୁ ତିହାଡ ଜେଲାରେ ରଖାଯାଇଥିଲା କିନ୍ତୁ ସେଠାରେ ତାକୁ ଦେଖାକରିବାକୁ ଅଭିନେତ୍ରୀମାନେ ଆସୁଥିଳେ । ତେଣୁ ସେଠାରୁ ତାକୁ ସ୍ଥାନାନ୍ତରୂ କରାଯାଇଥିଲା ।

Get real time updates directly on you device, subscribe now.