fbpx

‘ପଦ ରହୁ କି ନରହୁ, ରାହୁଲ-ପ୍ରିୟଙ୍କାଙ୍କ ସହ ସବୁଦିନ ରହିବି: ସିଦ୍ଧୁ

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂ ସିଦ୍ଧୁ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ‘ମୁଁ ପଦରେ ରୁହେ କି ନ ରୁହେ, କିନ୍ତୁ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସହିତ ସବୁବେଳେ ରହିବି ।’ଏଥିରୁ ଅନୁମାନ କରାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଚରଣଜିତ ଚନ୍ନିଙ୍କ ସହ ହୋଇଥିବା ସମ୍ମତି ସୂତ୍ରରେ ସିଦ୍ଧୁ ସହମତି ନାହାନ୍ତି । ସିଦ୍ଧୁ ପଦ ଛାଡିବା ପରେ ଲାଗୁଛି ଯେ, ସେ ପଞ୍ଜାବ କଂଗ୍ରେସ ସଭାପତିଙ୍କୁ ଛାଡିବା ମୁଡରେ ଆସିଛନ୍ତି । ଅନ୍ୟପଟେ ସିଦ୍ଧୁଙ୍କ ଇସ୍ତଫାକୁ ନେଇ କଂଗ୍ରେସ ହାଇକମାଣ୍ଡ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ତେବେ ସିଦ୍ଧୁ ମୁଖ୍ୟତଃ କ୍ୟାବିନେଟ୍ ନିଯୁକ୍ତିକୁ ବିରୋଧ କରି ଇସ୍ତଫା ଦେଇଥିଲେ । ସିଦ୍ଧୁ କେତେକ ମନ୍ତ୍ରୀ, ପୋଲିସ ମୁଖ୍ୟ ଓ ଆଟର୍ଣ୍ଣିଂ ଜେନେରାଲଙ୍କ ନିଯୁକ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.