fbpx
BSKY
BJD SHG SKY
BJD YOUTH SKY

ମହାପ୍ରଳୟର ସଙ୍କେତ ! ଲଣ୍ଡନ-ନ୍ୟୁୟର୍କ, ମୁମ୍ବାଇ ସମେତ ଏହି ସହରଗୁଡିକ ପାଣିରେ ଭାସିବ, ଜାଣନ୍ତୁ ଏହାର କାରଣ କ’ଣ?

ନୂଆଦିଲ୍ଲୀ: ଜେନେଭା ସ୍ଥିତ ବିଶ୍ୱ ପାଣିପାଗ ସଂଗଠନ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତ, ଚୀନ୍, ବାଂଲାଦେଶ ଏବଂ ନେଦରଲ୍ୟାଣ୍ଡରେ ସମୁଦ୍ର ପତ୍ତନ ବୃଦ୍ଧି ହେବାର ସର୍ବାଧିକ ବିପଦ ରହିଛି। ବିଶ୍ୱରେ ଜଳସ୍ତର ର ବୃଦ୍ଧି ବିଭିନ୍ନ ମହାଦେଶର ଅନେକ ବଡ ସହର ଜଳମଗ୍ନ ହେବାର ଆଶଙ୍କା କରାଯାଉଛି। ସାଂଘାଇ, ଢାକା, ବ୍ୟାଙ୍କକକ୍, ଜାକର୍ତ୍ତା, ମୁମ୍ବାଇ, ମାପୁଟୋ, ଲାଗୋସ୍, କାଇରୋ, ଲଣ୍ଡନ, ନ୍ୟୁୟର୍କ, ଲସ୍ ଆଞ୍ଜେଲସ୍ ଆଦି ସହର ଏଥିରେ ଅନ୍ତର୍ଭୁକ୍ତ ରହିଛି ।

ରିପୋର୍ଟ ଅନୁଯାୟୀ, ସମୁଦ୍ର ପତ୍ତନ ବୃଦ୍ଧି ସମଗ୍ର ବିଶ୍ୱରେ ସମାନ ନୁହେଁ ଏବଂ ଆଞ୍ଚଳିକ ସ୍ତରରେ ଭିନ୍ନ ହୋଇଥାଏ। ତଥାପି ସମୁଦ୍ର ପତ୍ତନ କ୍ରମାଗତ ଭାବେ ବୃଦ୍ଧି ପାଉଛି, ଯେଉଁଥିପାଇଁ ସମୁଦ୍ର କୂଳରେ ଅବସ୍ଥିତ ସହର, ବସ୍ତି ଏବଂ ଭିତ୍ତିଭୂମି ଜଳମଗ୍ନ ହେବାର ଆଶଙ୍କା ରହିଛି । ଏହା ସହିତ ଉପକୂଳ ଇକୋସିଷ୍ଟମ୍ ମଧ୍ୟ ପ୍ରଭାବିତ ହେବ । ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ଏଭଳି କ୍ଷେତ୍ରରେ ସହରୀକରଣର ଧାରା ଅବ୍ୟାହତ ରହେ, ତେବେ ଏହା ବିପଦର ପ୍ରଭାବକୁ ଆହୁରି ବଢାଇବ। ରିପୋର୍ଟ

ଅନୁଯାୟୀ, ‘ଜଳବାୟୁ ପରିବର୍ତ୍ତନ ଖାଦ୍ୟ ଉତ୍ପାଦନ ତଥା ଖାଦ୍ୟର ପୌଷ୍ଟିକ ତତ୍ତ୍ୱ ହ୍ରାସ କରିବ । ମରୁଡ଼ି, ବନ୍ୟା ଏବଂ ଉତ୍ତାପ ବୃଦ୍ଧି କରିବ । ସମୁଦ୍ର ପତ୍ତନର କ୍ରମାଗତ ବୃଦ୍ଧି ଖାଦ୍ୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନ୍ୟୁୟର୍କରେ ଘୂର୍ଣ୍ଣିବଳୟ ସ୍ୟାଣ୍ଡି ଏବଂ ମୋଜାମ୍ବିକର ସାଇକ୍ଲୋନ୍ ଲ୍ୟାଣ୍ଡ ସମୟରେ ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଜୁଆର ପରିବର୍ତ୍ତନ ଯୋଗୁଁ ଏହି ଆଶଙ୍କା ବୃଦ୍ଧି ପାଇଛି । ବିଶ୍ୱ ମେଟୋରୋଲୋଜିକାଲ ସଂସ୍ଥା ପକ୍ଷରୁ ପକ୍ଷରୁ କୁହାଯାଇଛି ଯେ, ଆଣ୍ଟାର୍କଟିକାର ବୃହତ୍ତମ ବରଫଖଣ୍ଡ ତରଳିବା ହାର ଅନିଶ୍ଚିତ ରହିଛି । ତେବେ ,ହାର ପ୍ରଭାବରେ ବଡ ଧରଣର ବିପଦର ଆଶଙ୍କା କରଯାଉଛି ।

ମେଟୋରୋଲୋଜିକାଲ ଆକଳନ ଅନୁଯାୟୀ, ଯଦି ବିଶ୍ୱ ର ହାରାହାରି ସମୁଦ୍ର ପତ୍ତନ ୨୦୨୦ ସ୍ତର ତୁଳନାରେ ୦.୧୫ ମିଟର ବୃଦ୍ଧି ପାଏ, ତେବେ ଶହେ ବର୍ଷରେ ଉପକୂଳ ଅଞ୍ଚଳର ଜନସଂଖ୍ୟା ପ୍ରାୟ ୨୦% ବୃଦ୍ଧି ପାଇବ । ଅର୍ଥାତ୍ ଆହୁରି ୨୦ % ଅଧିକ ଲୋକ ସମୁଦ୍ର ନିକଟବର୍ତ୍ତୀରେ ବସବାସ କରିବେ ବୋଲି ଆକଳନ କରାଯାଇଛି। ସେହିଭଳି ସମୁଦ୍ର ପତ୍ତନରେ ୦.୭୫ ମିଟର ଏବଂ ୧.୪ ମିଟର ବୃଦ୍ଧି ହେଲେ ୬୦% ଲୋକ ଉପକୂଳବର୍ତ୍ତୀ ବନ୍ୟା ଦ୍ୱାରା ପ୍ରଭାବିତ ହେବେ।

ଏହି ରିପୋର୍ଟ ଅନୁଯାୟୀ, ୨୦୨୦ ସୁଦ୍ଧା ବିଶ୍ୱର ପ୍ରାୟ ୧୧% ଅର୍ଥାତ୍ ୮୯୬ ନିୟୁତ ଲୋକ ଉପକୂଳବର୍ତ୍ତୀ ଅଞ୍ଚଳ ଠାରୁ ଦୂରରେ ବାସ କରୁଛନ୍ତି। ସମ୍ଭବତଃ ୨୦୫୦ ସୁଦ୍ଧା ଏହି ଜନସଂଖ୍ୟା ୧ ବିଲିୟନରୁ ଅଧିକ ହେବ । ସମୁଦ୍ର ପତ୍ତନ ବୃଦ୍ଧି ସମେତ ଜଳବାୟୁ ପରିବର୍ତ୍ତନ ହେତୁ ଏହି ଲୋକମାନେ ବିପଦର ସମ୍ମୁଖୀନ ହେବେ।

Get real time updates directly on you device, subscribe now.