fbpx

ରାଜଧାନୀରେ ଚାଲିଛି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା: ଗ୍ୟାସ, ମଧୁମେହ, ସ୍ତ୍ରୀ ରୋଗ, ଗୁପ୍ତରୋଗ, ହୃଦରୋଗ, ପିତ୍ତ, ମଧୁମେହ, ରକ୍ତଚାପ ଔଷଧ ମିଳୁଛି ଶସ୍ତାରେ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବାସୀଙ୍କ ପାଇଁ ଏକ ଖୁସି ଖବର । ଆପଣମାନେ ମାଗଣାରେ ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିପାରିବେ । ଏଥିସହିତ ବିଭିନ୍ନ ପ୍ରକାରର ରୋଗପ୍ରତିଷେଧକ ଔଷଧ ସୁଲଭ ଦରରେ ପାଇ ପାରିବେ । ଏଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରର ମୋଟ ୧୩୦ଟି ଷ୍ଟଲ ପଡ଼ିଛି । ଏହି ଅବସରରେ ବିଭିନ୍ନ ଜିଲ୍ଲାର ଅଭିଜ୍ଞ ବୈଦ୍ୟ, କବିରାଜ, ସ୍ୱୟଂ ସହାୟକ ଗୋଷ୍ଠୀ, ବନ ସଂରକ୍ଷଣ ସମିତି ଓ ଓଡ଼ିଶାର କିଛି ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଅଂଶଗ୍ରହଣ କରିଛନ୍ତି ।

ସୂଚନା ମୁତାବକ, ଓଡ଼ିଶା ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ପକ୍ଷରୁ ୧୫ମ ରାଜ୍ୟସ୍ତରୀୟ ‘କଳଙ୍ଗ ହର୍ବାଲ ମେଳା’ ରାଜଧାନୀର ପ୍ରଦର୍ଶନୀ ପଡ଼ିଆରେ ଚାଲିଛି । ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିବାରୁ ସେଠାରେ ବହୁ ଲୋକଙ୍କର ଭିଡ଼ ଜମୁଛି । ଦିନକୁ ଦିନ ଆୟୁର୍ବେଦ ଚିକିତ୍ସାର ଚାହିଦା ବଢ଼ୁଥିବା ବେଳେ ଏହି ଚିକିତ୍ସା ପ୍ରତି ଲୋକମାନେ ଆସ୍ଥା ପ୍ରକଟ କରୁଛନ୍ତି । ବୟସ୍କଙ୍କ ପାଇଁ ବହୁ ଦୁରାରୋଗ୍ୟ ବ୍ୟାଧି ଯଥା, ଅମ୍ଲପିତ୍ତ, ଆମବାତ, ଗଣ୍ଠିବାତ, ଶ୍ୱାସରୋଗ ପାଇଁ ଚେରମୂଳି ଦିଆଯାଉଛି ।

ଏଥିସହିତ ଆୟୁର୍ବେଦ, ପଞ୍ଚକର୍ମ, ଯୋଗ, ପ୍ରାକୃତିକ ଚିକିତ୍ସା, ହୋମିଓପାଥି, ଆକ୍ୟୁସେନର ମାଧ୍ୟମରେ ପରାମର୍ଶ ଓ ଚିକିତ୍ସା ମଧ୍ୟ କରାଯାଉଛି । କଳିଙ୍ଗ ହର୍ବାଲ ମେଳାରେ ଦୈନିକ ଭିଡ଼ ଜମୁଥିବା ଦେଖାଯାଉଛି । ଲୋକମାନେ ବିକ୍ରେତାଙ୍କଠାରୁ ଔଷଧୀୟ ବୃକ୍ଷ କିଣିବା ସହ ବିଭିନ୍ନ ରୋଗ ବିଷୟରେ ଜାଣିବାକୁ ସୁଯୋଗ ପାଉଛନ୍ତି । ନିଜକୁ କିପରି ଫିଟ୍ ରଖିବେ, କିପରି ନିଜର ରୋଗପ୍ରତିଷେଧ ଶକ୍ତି ବୃଦ୍ଧି କରିବେ ସେନେଇ ଲୋକମାନେ ବୈଦ୍ୟଙ୍କର ପରାମର୍ଶ ନେଉଛନ୍ତି । ଘର ଭିତରେ ଅମ୍ଲଜାନ ପରିମାଣକୁ ବଢ଼ାଇବା ପାଇଁ ଏୟାର ପ୍ଲାଣ୍ଟ ମଧ୍ୟ ବିକ୍ରି ହେଉଛି । ଜଙ୍ଗଲ ପାହାଡ଼ ଅଞ୍ଚଳରୁ ଚେରମୂଳି ସଂଗ୍ରହ କରି ଏହି ମେଳାକୁ ଅଣାଯାଇଛି ।

Get real time updates directly on you device, subscribe now.