fbpx

ଭାଲେନଟାଇନ୍ସ ଡେ ପୂର୍ବରୁ ପ୍ରେମିକାକୁ ହତ୍ୟା କଲା ପ୍ରେମିକ, ଜାଣନ୍ତୁ ନିକ୍କି ମର୍ଡର କେସର ସଂପୂର୍ଣ୍ଣ କାହାଣୀ

ପ୍ରେମିକାକୁ ମାରି ଫ୍ରିଜରେ ରଖିଥିଲା ପ୍ରେମିକ

Advertisement

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର କେସ ପରି ଅନ୍ୟ ଏକ ଖବର ସାମ୍ନାକୁ ଆସିଛି । ନୂଆଦିଲ୍ଲୀରେ ଜଣେ ସାହିଲ ନାମକ ବ୍ୟକ୍ତି ନିଜ ଗାର୍ଲଫ୍ରେଣ୍ଡ ନିକ୍କିର ମର୍ଡର କରି ସେହି ଶବକୁ ଫ୍ରିଜ ଭିତରେ ରଖିଥିବାର ଖବର ମିଳିଛି । ପ୍ରକୃତରେ ସେହି ଦୁଇ ଜଣ ଦିଲ୍ଲୀରେ ଲିଭଇନରେ ରହୁଥିଲେ । ଏକାଠି ମରିବେ ଏକାଠି ବଞ୍ଚିବେ ବୋଲି ଶପଥ ନେଇଥିଲେ । ହେଲେ ଭାଲେନଟାନ୍ସ ଡେ ର ଚାରି ଦିନ ପୂର୍ବରୁ ସାହିଲ୍ ନିକ୍କିଙ୍କୁ ଏକ କାରରେ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଘର ଲୋକଙ୍କ ରାଜିରେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ସେ ଜେଲର ଚାରିକାନ୍ଥ ମଧ୍ୟରେ ଅଛନ୍ତି । ପୋଲିସ ଏକ ବନ୍ଦ ପଡିଥିବା ଢାବାର ଫ୍ରିଜରୁ ନିକ୍କିର ଶବ ଉଦ୍ଧାର କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେମାନେ କିପରି ସାଙ୍ଗ ହେଲେ ଏବଂ କିପରି ପ୍ରେମ ହୋଇ, ମୃତ୍ୟୁ ପର୍ଯ୍ୟନ୍ତ କଥା ଗଲା ।

୨୦୧୮ ମସିହାରେ ସାହିଲ ଦିଲ୍ଲୀର ଉତ୍ତମ ନଗରରେ ଏସଏସସି ପରୀକ୍ଷାର ପ୍ରସ୍ତୁତି ପାଇଁ ସେଠାରେ ପହଁଚିଥିଲେ । ଅନ୍ୟପଟେ ହରିୟାଣାର ଝଜ୍ଜରରେ ରହୁଥିବା ଝିଅ ନିକ୍କି ଡାକ୍ତର ହେବା ସ୍ୱପ୍ନ ନେଇ ମେଡିକାଲ ଶିକ୍ଷାର ପ୍ରସ୍ତୁତି କରିବାକୁ ଉତ୍ତମ ନଗରରେ ପହଁଚିଥିଲେ । ତେବେ ଦୁଇ ଜଣ ଏକ ବସ୍ ରେ ନିଜ ନିଜ କୋଚିଂ ପାଇଁ ଯିବା ସମୟରେ ଦେଖା ହୋଇ ପ୍ରଥମେ ସାଙ୍ଗ ହେଲେ, ପରେ ଏହି ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ଏହାର ଏକମାସ ପରେ ସାହିଲ ଗ୍ରେଟର ନୋଏଡାର ଏକ କଲେଜରେ ଡି.ଫାର୍ମାରେ ଆଡମିସନ ନେଇଥିଲେ । ନିକ୍କି ମଧ୍ୟ ସେହି କଲେଜରେ ବିଏ ଇଂରାଜୀ ଅନର୍ସରେ ଆଡମିଶନ କରିଥିଲେ । ଏହାପରେ ଦୁଇଜଣ ଗ୍ରେଟର ନୋଏଡାରେ ଲିଭଇନରେ ରହୁଥିଲେ । ଦୁଇ ଜଣଙ୍କ ମଧ୍ୟରେ ସବୁକିଛି ଭଲ ଚାଲିଥିଲା । ଏହା ମଧ୍ୟରେ ସେହି ଦୁଇଜଣ ମନାଲୀ, ଋଷିକେଶ, ହରିଦ୍ୱାର, ଡେରାଡୁନ ସମେତ ଅନେକ ଯାଗା ପରିଭ୍ରମଣ କରିଥିଲେ ।

କୋରନା ଲକ୍ ଡାଉନ ସମୟରେ ୨ଜଣ ନିଜ ନିଜ ଘରକୁ ଚାଲିଯାଇଥିଲେ । ହେଲେ ସେଠାରୁ ଆସିବା ପରେ ପୁଣି ଲିଭଇନରେ ରହିବାକୁ ଆରମ୍ଭ କଲେ । ସାହିଲ ଏହି ସଂପର୍କକୁ ନେଇ ନିଜ ଘରେ କୌଣସି କଥା କହିନଥିଲା । ଏହାପରେ ସାହିଲକୁ ବିବାହ କରିବା ପାଇଁ ତାଙ୍କ ଘର ଲୋକେ ବାଧ୍ୟ କରିଥିଲେ । ଏଥିରେ ସାହିଲ ହଁ ମଧ୍ୟ କରିଦେଇଥିଲେ । ଡିସେମ୍ବର ୨୦୨୨ରେ ସାହିଲର ବିବାହ କଥା ଠିକ୍ ହୋଇ ୨୦୨୩ର ୯ଫେବୃଆରୀରେ ଏନଗେଂଜମେଣ୍ଟ ହୋଇଥିଲା । ଏବଂ ବିବାହ ଫେବୃଆରୀ ୧୦ ତାରିଖରେ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।

ନିକ୍କି ଏହି ବିବାହ ବିଷୟରେ କୌଣସି କଥା ଜାଣି ନଥିଲା । ଯେତେବେଳେ ସେ ଏହି କଥା ଜାଣିବାକୁ ପାଇଲା ସେତେବେଳେ ସାହିଲ ଏବଂ ନିକ୍କି ମଧ୍ୟରେ ଝଗଡ଼ା ବଢିଗଲା । ବିବାହ ପୂର୍ବରୁ ସେହି ୨ଜଣ ଗୋଆ ମଧ୍ୟ ପଳାଇବା ପ୍ଲାନ କରିଥିଲେ । ନିକ୍କି ଏଥିପାଇଁ ୯ ଫେବୃଆରୀରେ ଟିକେଟ ବୁକ କରିଥିଲେ । ହେଲେ ସାହିଲ ନିକ୍କିଙ୍କ ସହ ଗୋଆ ଯିବାକୁ ରାଜି ନଥିଲେ କାରଣ ତାଙ୍କୁ ନିକ୍କି କେସ୍ ଦବାର ଧମକ ମଧ୍ୟ ଦେଇଥିଲେ । ଏହାପରେ ଦୁଇଜଣ ସାଙ୍ଗ ହୋଇ ଆତ୍ମହତ୍ୟାର ମଦ୍ୟ ପ୍ଲାନ କରିଥିଲେ । ୯ ଫେବୃଆରୀ ଦିନ ସାହିଲକୁ ନିକ୍କି ତାଙ୍କ ଆପାର୍ଟମେଣ୍ଟକୁ ଡ଼ାକିଥିଲେ ।

ଆପାର୍ଟମେଣ୍ଟରୁ ସାହିଲ ନିକ୍କିଙ୍କୁ କାର ବସାଇ ତାଙ୍କୁ ମାରିଦେବାର ପ୍ଲାନ କରିଥିଲେ । ଏହାପରେ ୨୬ ବର୍ଷୀୟ ସାହିଲ କାଶ୍ମୀର ଗେଟ ଆଇଏସବୀଟୀ ପାଖରେ ୨୨ ବାର୍ଷୀୟ ନିକ୍କିଙ୍କୁ କାର ଭିତରେ ତଣ୍ଟିଚିପି ହତ୍ୟା କରିଥିଲେ । ହତ୍ୟାପରେ ନିଜ ଢାବାର ଫ୍ରିଜରେ ନେଇ ଶବକୁ ରଖିଦେଇଥିଲେ । ହତ୍ୟାପରେ ସେ ଅନ୍ୟ ଏକ ଝିଅକୁ ବିବାହ କରିଥିଲେ । ହେଲେ ପୋଲିସକୁ ଏହି ହତ୍ୟାକାଣ୍ଡ ତଥ୍ୟ ଭାଲେନଟାଇନ୍ସ ଡେ ରେ ପାଇଥିଲେ । ପୋଲିସ ସେହି ବନ୍ଦଥିବା ଢାବାରେ ନିକ୍କିର ଶବକୁ ଉଦ୍ଧାର କରିଥିଲା । ଏହାପରେ ପୋଲିସ ତାଙ୍କ ଘରକୁ ଯାଇଥିଲେ ହେଲେ ସେଠାରେ ସାହିଲ ନଥିଲା । ପୋଲିସ ତଦନ୍ତ ଆରମ୍ଭ କରି ସାହିଲକୁ ଦିଲ୍ଲୀର ଖୈର ଗାଁରେ ଗିରଫ କରିଥିଲା ।

ପଚରା ଉଚରା ସମୟରେ ସାହିଲ କଥା ଲୁଚାଇବାକୁ ଚେଷ୍ଟା କରିଥିଲା ହେଲେ ପୋଲିସର ପ୍ରହାର ପରେ ସବୁକଥା ସାମ୍ନାକୁ ଆସିଥିଲା ଏବଂ ସାହିଲ ସମସ୍ତ ଦୋଷ ସ୍ୱୀକାର କରି ଉପରୋକ୍ତ ବିବରଣୀ ଦେଇଥିଲା । ଏହାପରେ ପୋଲିସ ନିକ୍କିର ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ପୋଲିସ ସାହିଲ ଉପରେ ଆଇପିସି ଧାରା ୩୦୨ ଏବଂବ ୨୦୧ ଅନୁଯାୟୀ ଅଭିଯୋଗ ଦାଖଲ କରିଛି । ଏହାବ୍ୟତୀତ ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ କହିନାହିଁ ଯେ, ସେ ଶବ ପର୍ଯ୍ୟନ୍ତ କିପରି ପହଁଚିଲେ ଏବଂ କିଏ ତାଙ୍କୁ ଏହି ବିଷୟରେ କହିଲା । ବର୍ତ୍ତମାନ ପୋଲିସର ତଦନ୍ତ ଚାଲୁରହିଛି ।

Get real time updates directly on you device, subscribe now.