fbpx
BSKY
BJD MC SKY
BJD YOUTH SKY

କାନାଡା ରାମ ମନ୍ଦିର କାନ୍ଥରେ ହିନ୍ଦୁ ବିରୋଧୀ ସ୍ଲୋଗାନ, କାର୍ଯ୍ୟାନୁଷ୍ଠାନ ଦାବି କରିଛି ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : ପୁଣି ଥରେ କାନାଡାରେ ଏକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରାଯାଇଛି। ଏଥର ମିସାଇସାଗାସ୍ଥିତ ରାମ ମନ୍ଦିରର କାନ୍ଥରେ ଭାରତ ବିରୋଧୀ ସ୍ଲୋଗାନ ଲେଖିବାର ମାମଲା ସାମ୍ନାକୁ ଆସିଛି। ଯାହାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ସାମ୍ନାକୁ ଆସିଲା ପରେ ଟରୋଣ୍ଟୋରେ ଥିବା ଭାରତୀୟ ଦୂତାବାସ ଏହାକୁ ନିନ୍ଦା କରିଛି। ଘଟଣାର ତଦନ୍ତ କରିବାକୁ ଏବଂ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କାନାଡା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।

ଦୂତାବାସ ଟୁଇଟ୍ କରି କହିଛନ୍ତି, “ମିସାଇସାଗାସ୍ଥିତ ରାମ ମନ୍ଦିରରେ ଭାରତ ବିରୋଧୀ ଗ୍ରାଫିଟି (ସ୍ପ୍ରେ ପେଣ୍ଟିଂ) କୁ ଆମେ ଦୃଢ ନିନ୍ଦା କରୁଛୁ। ଘଟଣାର ତଦନ୍ତ କରିବାକୁ ଏବଂ ଅପରାଧୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ କାନାଡା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛୁ।”

ଏଥି ସହିତ ବ୍ରମ୍ପଟନ୍ ମେୟରଙ୍କ ବୟାନ ସାମ୍ନାକୁ ଆସିଛି। ସେ ଟ୍ୱିଟ୍ କରି କହିଛନ୍ତି, “ମିସାଇସାଗାସ୍ଥିତ ରାମ ମନ୍ଦିରରେ ଘଟିଥିବା ଘୃଣ୍ୟ ଘଟଣା ବିଷୟରେ ଶୁଣି ମୁଁ ଦୁଃଖିତ। ଅଜ୍ଞାତ ସନ୍ଦିଗ୍ଧମାନେ ମନ୍ଦିର ପଛପଟେ କାନ୍ଥକୁ ସ୍ପ୍ରେ କରି ଏମିତି ଲେଖିଥିଲେ । ପିଲ୍ ପୋଲିସ୍ ଏହି ଅପରାଧକୁ ଗୁରୁତର ସହ ନେଇଛି ଓ ଅଭିଯୁକ୍ତଙ୍କୁ ଖୋଜୁଛି।

ଏହା ପୂର୍ବର ଗତ ମାସ ଆରମ୍ଭରେ ବ୍ରମ୍ପଟନ୍ ର ଗୌରି ଶଙ୍କର ମନ୍ଦିରରେ ହିନ୍ଦୁ ବିରୋଧୀ ସ୍ଲୋଗାନ ମଧ୍ୟ ଲେଖାଯାଇଥିଲା। ଏହା ସହିତ ମନ୍ଦିରରେ ଭଙ୍ଗାରୁଜା ମାମଲା ମଧ୍ୟ ସାମ୍ନାକୁ ଆସିଥିଲା।

Get real time updates directly on you device, subscribe now.