fbpx
BSKY
BJD SHG SKY
BJD YOUTH SKY

ଟ୍ୱିଟର ନୂଆ ସିଇଓ ଏହି କୁକୁର ! କ’ଣ ରହିଛି କୁକୁରର ଦକ୍ଷତା ଓ ଯୋଗ୍ୟତା , ଘୋଷଣା କଲେ ଟ୍ୱିଟର ମାଲିକ

ନୂଆଦିଲ୍ଲୀ : ମଣିଷ ନୁହେଁ ବରଂ କୁକୁର ହୋଇଛି ଟ୍ୱିଟର ନୂଆ ସିଇଓ । ଏନେଇ ଟ୍ୱିଟରର ମାଲିକ ଘୋଷଣା କରିଛନ୍ତି । ଚେୟାରରେ ବସିଥିବା କୁକୁରର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି। ଏହାକୁ ଅନ୍ୟ ଲୋକଙ୍କ ସହିତ ତୁଳନା କରି ସେ ଏହାକୁ ଭଲ ବୋଲି ବର୍ଣ୍ଣନା କରିଛନ୍ତି ।

ଏଲୋନ୍ ମସ୍କ ଗତ ବର୍ଷ ଟ୍ୱିଟର କିଣିବା ପରେ କ୍ରମାଗତ ଭାବରେ ପରିବର୍ତ୍ତନ କରାଯାଉଛି । ଏହା ପୂର୍ବରୁ କହିଥିଲେ ଯେ ସେ ଟ୍ୱିଟର ସିଇଓ ପଦ ଛାଡିବାକୁ ଚାହୁଁଛନ୍ତି। ସେଥିପାଇଁ ସେ ନୂଆ ସିଇଓ ଖୋଜୁଛନ୍ତି ।
ବର୍ତ୍ତମାନ ସେ ନୂତନ ଟ୍ୱିଟର ସିଇଓ କୁ ସାମ୍ନାକୁ ଆଣିଛନ୍ତି । ତେବେ ନୂତନ ଟ୍ୱିଟର ସିଇଓ ଚେୟାରରେ ମଣିଷ ନୁହଁନ୍ତି ବରଂ ତାଙ୍କ କୁକୁର କୁ ଦେଖିବାକୁ ମିଳିଛି । ସେ ଟୁଇଟ୍ କରି ଏ ବିଷୟରେ କହିଛନ୍ତି ଯେ ଅନ୍ୟ ବ୍ୟକ୍ତି ଠାରୁ ଏ କୁକୁର ଭଲ । କୁକୁର ହେଉଛି ମସ୍କର ପୋଷା କୁକୁର ଫ୍ଲୋକି ବା ଶିବା ଇନୁ । ଅନ୍ୟ ଲୋକଙ୍କ ତୁଳନାରେ ଏହା ଭଲ ବୋଲି ଟ୍ୱିଟ୍ କରି ମସ୍କ କହିଛନ୍ତି।

ମସ୍କ ତାଙ୍କ ଶିବା ଇନୁ କୁକୁରର କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଫଟୋରେ ତାଙ୍କ କୁକୁର ସିଇଓଙ୍କ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଏହା ବ୍ୟତୀତ ସେ କଳା ରଙ୍ଗର ସ୍ୱେଟର୍ ପିନ୍ଧିଛି। ଏଥିରେ ସିଇଓ ଲେଖା ହୋଇଛି ଏବଂ ଟ୍ୱିଟର ସିଇଓ ସମ୍ବନ୍ଧୀୟ ଡକ୍ୟୁମେଣ୍ଟଗୁଡ଼ିକ ମଧ୍ୟ ଏହାର ଟେବୁଲରେ ରଖାଯାଇଛି ।

ତାଙ୍କ ଟେବୁଲରେ ଏକ ଛୋଟ ଲାପଟପ୍ ମଧ୍ୟ ଅଛି, ଯେଉଁଥିରେ ଟ୍ୱିଟର ଲୋଗୋ ତିଆରି କରାଯାଇଛି ଜ୍ଝ ଏଲୋନ୍ ମସ୍କ ଫ୍ଲୋକିର ଆଉ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଦ୍ୱିତୀୟ ଫଟୋରେ ସେ ଏକ ଟାଇ ପିନ୍ଧିଛନ୍ତି ଏବଂ ଅନେକ ଟେବୁଲ ତାଙ୍କ ଟେବୁଲ ଉପରେ ପଡ଼ିଛି ।

Get real time updates directly on you device, subscribe now.