fbpx

ଜାଣନ୍ତୁ ନିୟମ: ଭାରତରେ କିଛି ଲୋକ ହେଲମେଟ୍ ନ ପିନ୍ଧିଲେ ବି ସେମାନଙ୍କର ଚାଲାଣ କଟିବନି, ସେମାନେ କିଏ

AAKASH

ନୂଆଦିଲ୍ଲୀ: ଦୁଇ ଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ପିନ୍ଧିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ । ଆପଣ ବାଇକରେ ଯାଆନ୍ତୁ ବା ସ୍କୁଟରରେ ଯାଆନ୍ତୁ ୪ ବର୍ଷରୁ ଅଧିକ ବୟସର ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହୋଇଥାଏ । ହେଲମେଟ ନ ପିନ୍ଧିଲେ ଆପଣଙ୍କୁ ୫ ହଜାର ଟଙ୍କାର ଚାଲାଣ ଭରିବାକୁ ପଡ଼ିଥାଏ । ତେବେ ଭାରତରେ ଏପରି କିଛି ସମ୍ପ୍ରଦାୟର ରହିଛନ୍ତି ଯେଉଁମାନେ ଗାଡ଼ି ଚଳାଇବା ସମୟରେ ହେଲମେଟ ନ ପିନ୍ଧିଲେ ବି ସେମାନଙ୍କର ଟ୍ରାଫିକ ଚାଲାଣ କଟିନଥାଏ । ଆପଣମାନେ ଏ ସମ୍ବନ୍ଧୀୟ ନିୟମ ବିଷୟରେ କିଛି ଜାଣିଛନ୍ତି କି?

ଏଭଳି ସମ୍ପ୍ରଦାୟର ଲୋକଙ୍କ ପାଇଁ ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ହୋଇନଥାଏ । ତେଣୁ ପୋଲିସ ସେମାନଙ୍କୁ ଅଟକାଇ ନଥାଏ କି ସେମାନଙ୍କର ଚାଲାଣ କାଟିନଥାଏ । ନୂଆ ମୋଟର ଯାନ ଆକ୍ଟର ଆଇନ ଏମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇନଥାଏ । ଭାରତୀୟ ହେଲମେଟ ରେଗୁଲେସନ ଓ ଆଇନ ଅନୁସାରେ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ । ଧାରା ୧୨୯ ଅନୁସାରେ ଏହି ନିୟମ ଲାଗୁ ହୋଇଥାଏ । ନିୟମ ନ ମାନିଲେ ଆପଣଙ୍କୁ ୫ ହଜାର ଟଙ୍କାର ଜରିମାନା ସହିତ ୩ ବର୍ଷ ପାଇଁ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସକୁ ରଦ୍ଦ କରିଦିଆଯଇଥାଏ ।

ତେବେ ଆମେ ଆଜି ଯେଉଁ ସମ୍ପ୍ରଦାୟଙ୍କ ବିଷୟରେ ଆଲୋଚନା କରୁଛେ ସେମାନେ ହେଉଛନ୍ତି ‘ଶିଖ’ ସମ୍ପ୍ରଦାୟର । ରାଷ୍ଟ୍ରୀୟ ମୋଟର ଯାନ ଆକ୍ଟର ସେକ୍ସନ ୧୨୯ ଶିଖ ସମ୍ପ୍ରଦାୟର ଲୋକଙ୍କୁ ହେଲମେଟ ପିନ୍ଧିବାରୁ ଆଶ୍ୱସ୍ତି ପ୍ରଦାନ କରିଥାଏ । ପୂର୍ବରୁ ଅନେକ ସମୟରେ ଟ୍ରାଫିକ ପୋଲିସ ଏହି ସମ୍ପ୍ରଦାୟର ଲୋକଙ୍କଠାରୁ ଚାଲାଣ କାଟି ପରବର୍ତ୍ତୀ ସମୟରେ କ୍ଷମା ପ୍ରାର୍ଥନା କରିଥିବା ଦେଖାଯାଇଛି ।

ପ୍ରକୃତ କଥା ହେଛି, ଶିଖମାନଙ୍କର ମୁଣ୍ଡରେ ପଗଡ଼ି ରହିଥାଏ । ସେହି କାରଣରୁ ସେମାନଙ୍କ ମୁଣ୍ଡରେ ହେଲମେଟ୍ ଫିଟ୍ ହୋଇନଥାଏ । ଏଥିସହିତ ଦୁର୍ଘଟଣା ସମୟରେ ସେମାନଙ୍କ ପଗଡ଼ି ହେଲମେଟ ପରି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ଓ ଗଭୀର ଆଘାତ ଲାଗିବାରୁ ବଞ୍ଚାଇଥାଏ । ଏଥିସହିତ ଜଣେ ବ୍ୟକ୍ତି ମୁଣ୍ଡରେ ହେଲମେଟ ନ ପିନ୍ଧିବା ପାଇଁ ଯଦି କୌଣସି ମେଡିକାଲ କେସ ରହିଥାଏ ତେବେ ସେ କ୍ଷେତ୍ରରେ ପ୍ରମାଣ ଦାଖଲ କରି ସେ ଚାଲାଣ କଟିବାରୁ ରକ୍ଷା ପାଇ ପାରିବେ ।

Get real time updates directly on you device, subscribe now.