fbpx
BJD SKY
BJD SKY

Shocking! ଗୋଟିଏ ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଯାଇ ୭୬ ଜଣଙ୍କ ଜୀବନ ନେଇଗଲା ୨୯ ବର୍ଷୀୟ ଯୁବକ

BJD

ନୂଆଦିଲ୍ଲୀ: ଆମ ଆଖାପାଖରେ ଅନେକ ସମୟରେ ବିଭିନ୍ନ କାରଣରୁ ବିବାଦ ସୃଷ୍ଟି ହେବା ସହିତ ହତ୍ୟାକାଣ୍ଡ ଘଟିଥାଏ । କିଛି ବ୍ୟକ୍ତି ପ୍ରତିଶୋଧ ପରାୟଣ ହୋଇ ଏକସଙ୍ଗେ ୨-୩ ଜଣଙ୍କ ଜୀବନ ନେବାକୁ ବି ପଛାଇ ନଥାନ୍ତି । ତେବେ ଯଦି ଜଣେ ବ୍ୟକ୍ତି ଏକାଥରକେ ୭୬ ଜଣଙ୍କ ଜୀବନ ନେବାକୁ ଷଡ଼ଯନ୍ତ୍ର ରଚିବ ଓ ସେଥିରେ ସଫଳ ହେବ, ତେବେ ତାକୁ କ’ଣ କୁହାଯିବ? ଜଣେ ସାଧାରଣ ମଣିଷ କେବେ ବି ଏଭଳି ଭୟଙ୍କର ହତ୍ୟାକାଣ୍ଡ ଘଟାଇ ପାରିବ ନାହିଁ ।

ସୂଚନା ଅନୁଯାୟୀ, ଦକ୍ଷିଣ ଆଫ୍ରିକାରୁ ଆସିଛି ଏଭଳି ଏକ ଛାତିଥରା କାହାଣୀ । ଜଣେ ବ୍ୟକ୍ତି ଗୋଟିଏ ହତ୍ୟାର ପ୍ରମାଣ ନଷ୍ଟ କରିବାକୁ ଯାଇ ୭୬ ଜଣଙ୍କୁ ହତ୍ୟା କରିଥିଲା । ଜୋହାନ୍ସବର୍ଗର ଏକ ବିଲଡିଂରେ ଅଗ୍ନିକାଣ୍ଡ ଘଟି ୭୬ ଜଣଙ୍କ ପ୍ରାଣହାନୀ ଘଟିଥିଲା । ମାତ୍ର ଯେତେବେଳେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ସାମ୍ନାକୁ ଆସିଥିଲା, ସେତେବେଳେ ତାହା ଶୁଣି ସମସ୍ତେ ହତବାକ୍ ହୋଇଯାଇଥିଲେ । ଜଣେ ୨୯ ବର୍ଷୀୟ ବ୍ୟକ୍ତି ପ୍ରଥମେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲା । । ତା’ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ସେ ବିଲଡିଂରେ ନିଆଁ ଲଗାଇ ଦେଇଥିଲା ।

ଧୀରେଧୀରେ ଉକ୍ତ ନିଆଁ ସାରା ବିଲଡିଂକୁ ବ୍ୟାପି ଯାଇଥିଲା ଓ ସେହି ଅଗ୍ନିକାଣ୍ଡରେ ୭୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଉକ୍ତ ଯୁବକର ନାମ ଗୋପନ ରଖାଯାଇଥିବା ବେଳେ ସେ ନିଆଁ ଲାଗିବା ରାତିରେ ଜଣେ ବ୍ୟକ୍ତିଙ୍କୁ ପିଟିବା ସହିତ ଗଳାଚିପି ହତ୍ୟା କରିଥିଲା । ପରେ ସେ ମୃତଦେହ ଉପରେ ଗ୍ୟାଲୋସିନ ଢାଳି ଦିଆସିଲିରେ ନିଆଁ ଲଗାଇ ଦେଇଥିଲା । ତେବେ ସେ ନିଶା ଦ୍ରବ୍ୟ ସେବନ କରେ ବୋଲି ଅପରାଧ ଘଟାଇ ଥିବା ବ୍ୟକ୍ତି ସ୍ୱୀକାର କରିଥିଲା । ଏହି ହତ୍ୟାକାଣ୍ଡ ପାଇଁ ଉକ୍ତ କୋଠାରେ ରହୁଥିବା ତାଞ୍ଜାନିଆର ଜଣେ ଡ୍ରଗ ସେଲର ତାକୁ ଅର୍ଥ ଦେଇଥିବା ଅଭିଯୁକ୍ତ କହିଥିଲା । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତା’ ନାମରେ ମାମଲା ଦାୟର କରିଛି ।

Get real time updates directly on you device, subscribe now.