fbpx

ଆଉ ଏକ ରାଜ୍ୟରେ ଲାଗୁହେଲା ପୁରୁଣା ପେନସନ୍ ଯୋଜନା: ହଜାର ହଜାର କର୍ମଚାରୀଙ୍କୁ ମିଳିବ ଲାଭ

ନୂଆଦିଲ୍ଲୀ: କଂଗ୍ରେସ ଶାସିତ ଆଉ ଏକ ରାଜ୍ୟ ନିଜ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ୍ ଯୋଜନା ଲାଗୁ କରିଛି । କର୍ଣ୍ଣାଟକର ସିଦ୍ଧରମୈୟା ସରକାର ୨୦୦୬ ମସିହାରେ ଭର୍ତ୍ତି ହୋଇଥିବା ପ୍ରାୟ ୧୩,୦୦୦ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୁରୁଣା ପେନସନ୍୍ ଯୋଜନା ଅଧୀନରେ କଭର୍ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ।

ଏହା ଘୋଷଣା କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ଯେତେବେଳେ ସରକାରୀ କର୍ମଚାରୀମାନେ ନୂଆ ପେନସନ୍ ଯୋଜନା ବିରୁଦ୍ଧରେ ଧର୍ମଘଟ କରିଥିଲେ, ସେତେବେଳେ ସେ ଏହି ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ ।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଥିଲେ କର୍ମଚାରୀମାନେ ଧର୍ମଘଟରେ ଥିଲେ ତେଣୁ ମୁଁ ସେଠାକୁ ଯାଇ ଏହାକୁ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲି ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି ଯେ, ‘ ମୁଁ ଆଶା କରୁଛି ଏହି ନିଷ୍ପତ୍ତି ୧୩,୦୦୦ ଏନପିଏସ କର୍ମଚାରୀଙ୍କ ସମସ୍ତ ପରିବାରକୁ ଆରାମ ଦେବ ।’ ପୁରୁଣା ପେନସନ୍ ଯୋଜନା ଅନୁଯାୟୀ ଜଣେ ସରକାରୀ କର୍ମଚାରୀ ଅବସର ପରେ ମାସିକ ପେନସନ୍ ପାଇବାକୁ ହକଦାର । ମାସିକ ପେନସନ୍ ସାଧାରଣତଃ ବ୍ୟକ୍ତିର ଶେଷ ଅଙ୍କିତ ବେତନର ଅଧା ହୋଇଥାଏ ।

Get real time updates directly on you device, subscribe now.