fbpx
BJD SKY
BJD SKY

ବାବା ବୈଖନାଥଙ୍କୁ ପୂଜା କରି ବଞ୍ଚିଲା ୪୧ ଜୀବନ: ଜାଣନ୍ତୁ କାହିଁକି ଏପରି କହିଲେ ସ୍ଥାନୀୟ ଲୋକେ

BJD

ନୂଆଦିଲ୍ଲୀ: ୧୭ ଦିନ ସୁଡ଼ଙ୍ଗରେ ରହିବା ପରେ ଶେଷରେ ଆଜି ବାହାରକୁ ଆସିଛନ୍ତି ଉତ୍ତରକାଶୀର ସିଲକ୍ୟାରା ଟନେଲରେ ଫସିଥିବା ଶ୍ରମିକ । ପ୍ରାୟ ୧୭ ଦିନଧରି ଉଦ୍ଧାରକାରୀ ଦଳର ଅଦମ୍ୟ ଚେଷ୍ଟା ପରେ ଶେଷରେ ଏହି ରେସ୍କ୍ୟୁ ମିଶନ ସଫଳ ହୋଇଛି । ତେବେ ଏହା ମଧ୍ୟରେ ସ୍ଥ।ନୀୟ ଲୋକେ ଏହାକୁ ବାବା ବୌଖନାଥଙ୍କ ଅଲୌକିକତା ବୋଲି ଦାବି କରିଛନ୍ତି । ବାବାଙ୍କୁ ସନ୍ତୁଷ୍ଟ କରିବା ପରେ ହିଁ ଏହି ମିଶନ ସଫଳ ହୋଇଥିବା ସେମାନେ କହିଛନ୍ତି ।

ତେବେ ଏହି ଦୁଃର୍ଘଟଣା ହେବା ପରେ ସେଠାକାର ଲୋକେ ଏହାକୁ ବାବା ବୌଖନାଥଙ୍କ ପ୍ରକୋପର ପରିଣାମ ବୋଲି ଦର୍ଶାଇଥିଲେ । ସ୍ଥାନୀୟ ଲୋକଙ୍କ ମାନ୍ୟତା ଅନୁଯାୟୀ ବାବା ହେଉଛନ୍ତି ଏହି ସ୍ଥାନର ରକ୍ଷକ । ତେବେ ବାବାଙ୍କ ପ୍ରକୋପ କାରଣରୁ ଏହି ଦୁଃର୍ଘଟଣା ହୋଇଥିବା ସେମାନେ ଦାବି କରିଥିଲେ । ତେବେ ଏହି ଦୁର୍ଘଟଣା ଘଟିବା ପରେ ସେଠାକାର ପୂଜକ ମନ୍ଦିରକୁ ଯାଇ ବାବାଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରି ବାବାଙ୍କୁ କ୍ଷମା ମାଗିଥିଲେ । ତେବେ ଏହାପରେ ହିଁ ଶ୍ରମିକମାନେ ସୁରକ୍ଷିତଭାବେ ସେଠାରୁ ବାହାରକୁ ବାହାରି ପାରିଥିବା ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ତେବେ ମନ୍ଦିର ପୂଜାରୀ ଏହା ମଧ୍ୟ କହିଛନ୍ତି ଯେ ଉକ୍ତ କମ୍ପାନୀ ବାବା ବୌଖନାଥଙ୍କ ମନ୍ଦିରକୁ ଭାଙ୍ଗି କାରଖାନା ତିଆରି କରିବାକୁ ଚେଷ୍ଟା କରି ଭୁଲ କରିଛନ୍ତି । ଏହି କାରଣରୁ ଉକ୍ତ ୪୧ ଜଣ ଶ୍ରମିକଙ୍କ ଜୀବନ ବିପଦରେ ପଡ଼ିଛି ।

Get real time updates directly on you device, subscribe now.