fbpx

ଓଡିଶାରେ ଚାକିରି: ଦଶମ ଫେଲ ହୋଇଥିଲେ ବି ଅସୁବିଧା ନାହିଁ, ତୁରନ୍ତ ଆବେଦନ କରନ୍ତୁ

ଭୁବନେଶ୍ୱର: ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଖୁସି ଖବର। Nilachal Seva Pratisthan(NSP) ପକ୍ଷରୁ ବିଭିନ୍ନ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ସେନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ତେବେ ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ, ଆପଣ ଦଶମ ଫେଲ ହୋଇଥିଲେ ମଧ୍ୟ ଏହି ଚାକିରି ଆବେଦନ କରିପାରିବେ। ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବ୍‌ସାଇଟ୍ nsp.org.inକୁ ଯାଇ ଆବେଦନ କରିପାରିବେ। ଯେଉଁଥିରେ ଉଭୟ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍ ମୋଡ୍‌ରେ ଆବେଦନ ପ୍ରକ୍ରିୟା ରହିଛି।

ବିଜ୍ଞପ୍ତି ଅନୁଯାୟୀ, ହାଉସ୍‌ ମଦର୍ ପାଇଁ ୨ଟି ପୋଷ୍ଟ୍, ହାଉସ୍‌ ଫାଦରରେ ୨ଟି ପୋଷ୍ଟ୍, ପାରାମେଡିକାଲ୍ ଷ୍ଟାଫ୍ ପାଇଁ ୧ଟି ପୋଷ୍ଟ୍ ବାହାରିଛି। ସେହିପରି ରୋଷେୟାରେ ୨ଟି ପୋଷ୍ଟ୍, ହେଲ୍‌ପରରେ ୧ଟି ପୋଷ୍ଟ୍, ହାଉସ୍ କିପର ୧ଟି ପୋଷ୍ଟ୍, ଆୟା ୨ଟି ପୋଷ୍ଟ୍, ପରିଚାଳକ / ସଂଯୋଜକ ପାଇଁ ୧ଟି ପୋଷ୍ଟର ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ୧୬ ଡିସେମ୍ବର ୨୦୨୩ ଆବେଦନ ଶେଷ ତାରିଖ ରଖାଯାଇଛି। ଯାହାର ଚୟନ ପ୍ରକ୍ରିୟା ମାର୍କ ବେସିସ୍‌ରେ ହେବ ବୋଲି କୁହାଯାଇଛି।

ଶିକ୍ଷାଗତ ଯୋଗ୍ୟତା ଓ ଦରମା:-

  • ହାଉସ୍‌ ମଦର୍: କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ଆବଶ୍ୟକ ରହିଛି ଯେଉଁଥିରେ ୧୪,୫୬୪ ଟଙ୍କା ଦରମା ରହିଛି।
  • ହାଉସ୍‌ ଫାଦର୍: ଏଥିରେ ବି କଳା / ବିଜ୍ଞାନରେ ସ୍ନାତକ ଡିଗ୍ରୀ ଆବଶ୍ୟକ ରହିଛି। ଦରମା ବି ସମାନ ୧୪,୫୬୪ ଟଙ୍କା ରହିଛି।
  • ପାରାମେଡିକାଲ୍ ଷ୍ଟାଫ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ଫାର୍ମାସିଷ୍ଟ/ ଆୟୁର୍ବେଦିକରେ ଡିପ୍ଲୋମା ଆବଶ୍ୟକତା ରହିଛି। ଦରମା ୧୧,୯୧୬ ଟଙ୍କା ।
  • ପରିଚାଳକ / ସଂଯୋଜକ: ଶିକ୍ଷାଗତ ଯୋଗ୍ୟତା ସୋସିଆଲ୍ ୱାର୍କ / ସମାଜବିଜ୍ଞାନ / ସାଇକୋଲୋଜିରେ ମାଷ୍ଟର ଡିଗ୍ରୀ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ। ଏଥିରେ ଦରମା ୨୩,୧୭୦ ଟଙ୍କା ରହିଛି।
  • ରୋଷେୟା / ହେଲ୍‌ପର୍ / ହାଉସ୍ କିପର୍ / ଆୟା: ଏଥିରେ ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ ଓ ଫେଲ୍ ହେଲେ ମଧ୍ୟ ଆବେଦନ କରିପାରିବେ। ଯେଉଁଥିରେ ୯,୯୩୦ ରୁ ୭,୯୪୪ ଟଙ୍କା ପର୍ୟ୍ୟନ୍ତ ଦରମା ରହିଛି।

କିପରି ଆବେଦନ କରିବେ:-

ପ୍ରଥମେ ଅଫିସିଆଲ୍ ୱେବସାଇଟ୍‌ nsp.org.inକୁ ଯାଆନ୍ତୁ । ହୋମ୍‌ପେଜ୍‌ରେ ଥିବା Carrer ଟ୍ୟାବ୍‌କୁ ଯାଇ Apply Now ବଟନ୍ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ସ୍କ୍ରିନ୍‌ରେ ଏକ ଆବେଦନ ଫର୍ମ ଦେଖାଯିବ, ତାହାକୁ ପୂରଣ କରନ୍ତୁ । ଆବଶ୍ୟକୀୟ ଅନୁଯାୟୀ ଡକ୍ୟୁମେଣ୍ଟ ଅପ୍‌ଲୋଡ୍ କରନ୍ତୁ । ଶେଷରେ ସବମିଟ ବଟନ୍ ଉପରେ ଶେଷରେ କ୍ଲିକ୍ କରନ୍ତୁ । ଆଉ ହଁ, ଅଫଲାଇନରେ ଆପ୍ଲିକେସନ ଫର୍ମ ଦାଖଲ କରିବା ପାଇଁ ଏକ ହାର୍ଡ କପି କାଢନ୍ତୁ। ଡାକ ଠିକଣା, Secretary, Nilachal Seva Pratisthan, At – Daya vihar ( Bangaon ), Po – Gadasahi, Ps – Kanas, District – Puri, Pin – 752017ରେ ପଠାନ୍ତୁ।

Get real time updates directly on you device, subscribe now.