fbpx
BJD SKY
BJD SKY

ଓଡ଼ିଶା ପାଇଁ ଖୁସି ଖବର: ଟନେଲରୁ ବାହାରିଲେ ୫ ଓଡ଼ିଆ ଶ୍ରମିକ

BJD

ନୂଆଦିଲ୍ଲୀ: ୧୭ ଦିନ ଟନେଲରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ସଫଳ ହୋଇଛି ।  ପ୍ରଥମେ ଏଥିରୁ ୨ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା । ବାହାରିବା ନେଇ ଶ୍ରମିକଙ୍କ ଘରକୁ ଖବର ଆସି ପହଁଚିଛି । ୨ଜଣ ଶ୍ରମିକଙ୍କ ମଧ୍ୟରୁ ଜଣେ ବିଶ୍ୱେଶ୍ୱର ନାୟକ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ହୋଇଥିବା ବେଳେ ଅନ୍ୟଜଣେ ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ ବୋଲି ଜଣାପଡିଛି । ଏହାପରେ ଆଉ ୫ ଜଣ ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡ ଉତ୍ତରକାଶୀରେ ଘଟିଥିବା ଟନେଲ ଦୁର୍ଘଟଣାରେ ୪୧ ଜଣ ଶ୍ରମିକ ଫସିଯାଇଥିଲେ । ଏହି ଶ୍ରମିକଙ୍କ ମଧ୍ୟରୁ ୫ଜଣ ଓଡ଼ିଆ ଶ୍ରମିକ ସୁଡ଼ଙ୍ଗରେ ଫଶି ରହିଥିଲେ । ବର୍ତ୍ତମାନ ଶ୍ରମିକମାନଙ୍କ ପଦାକୁ ଆସିବା ନେଇ ଶ୍ରମିକଙ୍କ ପରିବାର ଲୋକଙ୍କ ମୁହଁରେ ଖୁସିର ଲହରୀ ଖେଳି ଉଠିଛି । ସବୁଠାରୁ ବଡ଼ କଥା ହେଉଛି ସମସ୍ତ ଶ୍ରମିକ ୧୭ ଦିନ ସୁଡ଼ଙ୍ଗରେ ରହିଲେ ସୁଦ୍ଧା ସେମାନେ ସୁସ୍ଥ ଅଛନ୍ତି । କୁହାଯାଉଛି ଯେ, ସେମାନେ ସୁଡ଼ଙ୍ଗ ଭିତରେ ରହି କ୍ରିକେଟ ଖେଳୁଥିଲେ । ସରକାରଙ୍କ ସହାୟତା ସେମାନଙ୍କୁ ଏହି ପରିସ୍ଥିତିରେ ଭୟଭୀତ କରାଇ ଦେଇନି ।

Get real time updates directly on you device, subscribe now.