fbpx

ଭାରତକୁ ସିନ୍ଧୁ ହିଁ ଭରସା: ସାଇନା ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ପରେ ଆଣିବେ ମେଡାଲ!

ନୂଆଦିଲ୍ଲୀ: ସିଙ୍ଗାପୁର ଓପନରେ ଭାତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଏବଂ ଏଚ.ଏସ ପ୍ରଣୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି । ଉଭୟ ନିଜ ନିଜର ମୁକାବିଲାରେ ପରାସ୍ତ ହୋଇ ଏହି ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ଯାତ୍ରା ଶେଷ କରିଛନ୍ତି । ଏହି ସମୟରେ କ୍ୱାର୍ଟରରେ ଚୀନକୁ ହରାଇ ସେମିରେ ପହଞ୍ଚିଛନ୍ତି ପି.ଭି ସିନ୍ଧୁ । ତେଣୁ ଭାରତକୁ ମେଡାଲ ପାଇଁ ଏବେ ସିନ୍ଧୁ ହିଁ ଏକମାତ୍ର ଭରସା ପାଲଟିଛନ୍ତି ।

अन्य खेल | नेगेटिव आई साइना, प्रणय की रिपोर्ट, मिली थाईलैंड ओपन में खेलने  की मंजूरी | Navabharat (नवभारत)

ଜାପାନର ଆୟା ଓହୋରୀ ୨୧-୧୩, ୧୫-୨୧, ୨୨-୨୦ରେ ପରାସ୍ତ କରିଥିବା ବେଳେ ପ୍ରଣୟ ଜାପାନର କୋଡାଇ ନରାଓକାଙ୍କ ନିକଟରୁ ୧୨-୨୧, ୨୧-୧୪ ଏବଂ ୨୧-୧୮ରେ ପଛରେ ରହିଯାଇଛନ୍ତି । ଯାହା ଫଳରେ ଭାରତର ମେଡାଲ ଆଶା ଟିକିଏ ମଉଳି ଯାଇଛି ।

ଅନ୍ୟ ପକ୍ଷରେ ଭାରତର ସୁକନ୍ୟା ସିନ୍ଧୁ ଚୀନର ହାନ ୟୁଇଙ୍କୁ ମାତ ଦେଇ ସେମିଫାଇନାଲରେ ଏଣ୍ଟ୍ରି ମାରିସାରିଛନ୍ତି । ପ୍ରଥମ ଗେମ ହାରିବା ପରେ ଧୂଆଁଧାର କମବ୍ୟାକ କରି ଚୀନକୁ ଚକମା ଦେବାରେ ସଫଳ ହୋଇଥିଲେ ସିନ୍ଧୁ । ହାନଙ୍କୁ ବିରୋଧରେ ୧୭-୨୧, ୨୧-୧୧ ଏବଂ ୨୧-୧୯ ହାସଲ କରି କ୍ୱାର୍ଟରରୁ ହିଁ ସେ ଚୀନକୁ ବିଦା କରିଛନ୍ତି । ଏହି ବିଜୟ ସହିତ ଚୀନ ବିରୋଧରେ ସିନ୍ଧୁଙ୍କ ରେକର୍ଡ ୩-୦ ରେ ପହଞ୍ଚିଛି ।

Missing piece of jigsaw: PV Sindhu aims to set the record straight at All  England | Sports News,The Indian Express

ସେମି ଫାଇନାଲରେ ଜାପାନର ସାଇନା କାୱାକାମୀଙ୍କୁ ଭେଟିବେ ପିଭି ସିନ୍ଧୁ । ତେଣୁ ଭାରତର ନଜର ଏବେ ସିନ୍ଧୁଙ୍କ ଉପରେ ହିଁ ରହିଛି । ସାଇନା ଏବଂ ପ୍ରଣୟଙ୍କ ଭାରତ ହରାଇବା ପରେ ଦେଶକୁ ମେଡାଲ କେବଳ ସିନ୍ଧୁ ହିଁ ଜିତାଇ ପାରିବେ । ତେବେ ଦେଖିବାକୁ ବାକି ରହିଲା ଏବେ ସିନ୍ଧୁ ଭାରତକୁ ମେଡାଲ ଆଣିବାର ସ୍ୱପ୍ନ ସାକାର କରି ପାରୁଛନ୍ତି କି ନାହିଁ ।

Get real time updates directly on you device, subscribe now.