fbpx

ଆସନ୍ତାକାଲିଠାରୁ ଦୁଇଦିନ ବନ୍ଦ ରହିବ ଶିମିଳିପାଳ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲିଠାରୁ ଦୁଇଦିନ ପାଇଁ ବନ୍ଦ ରହିବ ଶିମିଳିପାଳ । ଆଗକୁ ବାତ୍ୟା ‘ଦୱାଦ’ ଆସୁଥିବାରୁ ଏହାକକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ବାତ୍ୟାର ପ୍ରଭାବରେ ୪ ଓ ୫ ତାରିଖରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ସେଥିପାଇଁ ଶିମିଳିପାଳ ବନ୍ଦ ରହିବ । ଏନେଇ ଉତ୍ତର ଶିମିଳିପାଳ ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ମାସ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଥିଲା । କରୋନା କାରଣରୁ ଭିଡ଼କୁ ଏଡ଼ାଇବା ପାଇଁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟକୁ ବନ୍ଦ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ହ୍ରାସ ପାଇବା ପରେ ଅଭୟାରଣ୍ୟକୁ ଖୋଲିବା ନେଇ ଅନୁମତି ଦିଆଯାଇଥିଲା । ଏଥିସହ ଅଭୟାରଣ୍ୟକୁ ଆସିବା ସମୟରେ ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନକୁ ମାନିବାକୁ ସମସ୍ତ ପର୍ଯ୍ୟଟକଙ୍କୁ ଅନୁରୋଧ କରାଯାଇଥିଲା । ତେବେ କୋଭିଡ୍ ମହାମାରୀ କାରଣରୁ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଥିବାରୁ ଅଭୟାରଣ୍ୟ ସହ ଅନ୍ୟ ସମସ୍ତ ପର୍ଯ୍ୟଟନ ସ୍ଥଳକୁ ଖୋଲିବାକୁ ସରକାରଙ୍କ ତରଫରୁ ଅନୁମତି ଦିଆଯାଇଥିଲା ।

Get real time updates directly on you device, subscribe now.