fbpx

ଶିମିଳିପାଳ ଜଙ୍ଗଲରେ ନିଆଁ: ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୫ ଟିମ୍

କରଞ୍ଜିଆ, ୫ା୩ (ଓଡିଶା ଭାସ୍କର): ଶିମିଳିପାଳରେ ନିଆଁ ଲିଭାଇବାକୁ ୫ଟି ଅଗ୍ନିଶମ ଟିମ୍ ପହଞ୍ଚିଛି । ଯଶିପୁର ବନଖଣ୍ଡ ଅଞ୍ଚଳରେ ନିଆଁକୁ ଆୟତ୍ତ କରିବାକୁ ଟିମ୍ ପ୍ରୟାସ ଜାରି ରଖିଛି । ଏକ ସପ୍ତାହରୁ ଅଧିକ ଦିନ ହେଲାଣି ନିଆଁ ଲାଗିଥିବା ବେଳେ ୧୮ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡ଼ିଛି । ବାରିପଦା ଡିଭିଜନର ୫, ଶିମିଳିପାଳ ଉତ୍ତରରେ ୧୩ଟି ସ୍ଥାନରେ ନିଆଁ ଲାଗିଥିବା ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ ଯେ, ନିଆଁ ଲାଗିବା ଦ୍ୱାରା ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଛି । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ବୈଠକରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ନେଇ ସମୀକ୍ଷା କରିଥିଲେ ।

Get real time updates directly on you device, subscribe now.