fbpx

ସ୍ୱାଧୀନତା ପରଠାରୁ ଏହି ଗାଁରେ ଜଳିନି ଲାଇଟ୍, ଦୀପାବଳୀ ଅବସରରେ ପ୍ରଶାସନ ଲଗାଇଲା ଜେନେରେଟର୍

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜନପଦ ଏଟାର ରାମପୁର ଠାରୁ ୬୦୦ ମିଟର୍ ଦୂରରେ ଗ୍ରାମ ପଞ୍ଚାୟତ ପାହରା ଗାଁ ତୁଲଇ ରହିଛି । ଏଠାରେ ୪୦ଟି ଘର ଥିବା ବେଳେ ମୋଟ ୫୦୦ ଜଣ ଲୋକ ଏଠାରେ ବସବାସ କରିଥାନ୍ତି । ସ୍ୱାଧୀନତା ପରଠାରୁ ଏଠାରେ ବିଦ୍ୟୁତିକରଣ ହୋଇନାହିଁ । ଲୋକମାନେ ଏଠାରେ ଲଣ୍ଟନ୍ ଓ ମହମବତୀ ଲାଇଟ୍ ରେ କାମ ଚଳାଇଥାନ୍ତି ।

ଦୀପାବଳୀରେ ତାଙ୍କ ଗାଁକୁ ଛାଡ଼ି ଅନ୍ୟ ଜାଗାମାନଙ୍କରେ ଲାଇଟ୍ ଦେଖି ସେମାନଙ୍କୁ ନିରାଶ ହେବାକୁ ପଡେ । ଏହି ପରିପ୍ରେକ୍ଷୀରେ ଗୋଟିଏ ଟୁଇଟ୍ କରାଯାଇଥିଲା । ଯାହାପରେ ଏହି ଗାଁର ପରିସ୍ଥିତି ସମ୍ପର୍କରେ ପ୍ରଶାସନ ଚେତିଥିଲା । ବୁଧବାର ଦିନ ସନ୍ଧ୍ୟାରେ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ସହଯୋଗରେ ଦୁଇଟି ଜେନେରେଟର୍ ଦ୍ୱାରା ଗାଁରେ ୩୦ଟି ଲାଇଟ୍ ର ବ୍ୟବସ୍ଥା କରାଗଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧିକାରୀ ମାନେ ଗାଁରେ ରହିଥିଲେ । ଅଧିକାରୀ ମାନେ ଗ୍ରାମବାସୀଙ୍କୁ କହିଛନ୍ତି ଯେ, ଖୁବ୍ ଶୀଘ୍ର ଏଠାରେ ବିଦ୍ୟୁତିକରଣ କରାଯିବ ।

Get real time updates directly on you device, subscribe now.