fbpx
BJD SKY
BJD SKY

ସିଙ୍ଗର ମଲ୍ଲିକା ରାଜପୁତଙ୍କ ପରଲୋକ: ମାତ୍ର ୩୫ ବର୍ଷରେ ଆଖି ବୁଜିଲେ

BJD

ନୂଆଦିଲ୍ଲୀ: ମନୋରଞ୍ଜନଧର୍ମୀ ଦୁନିଆରୁ ଆସିଛି ଏକ ଦୁଃଖ ଖବର । ସିଙ୍ଗର ମଲ୍ଲିକା ରାଜପୁତ ଓରଫ ବିଜୟ ଲକ୍ଷ୍ମୀଙ୍କ ପରଲୋକ ଘଟିଛି । ଉତ୍ତରପ୍ରଦେଶର ସୁଲତାନପୁର ସ୍ଥିତ ତାଙ୍କ ବାସଭବନରୁ ଗାୟିକାଙ୍କ ମୃତଦେହ ଉଦ୍ଧାର କରିଛି । ମାତ୍ର ୩୫ ବର୍ଷ ବୟସରେ ଗାୟିକା ମଲ୍ଲିକାଙ୍କ ବିୟୋଗ ଘଟିଛି । ତାଙ୍କର ମୃତ୍ୟୁକୁ ନେଇ ସନ୍ଦେହ ଦୃଢ଼ୀଭୂତ ହୋଇଛି । ତାଙ୍କର ମୃତଦେହ ଘର ଭିତରେ ଥିବା ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିବା କୋଟୱାଲି ପୋଷ୍ଟସ ଷ୍ଟେସନ ପକ୍ଷରୁ କୁହାଯାଇଛି ।

ତେବେ ଗାୟିକାଙ୍କ ମୃତଦେହ ଉଦ୍ଧାର ହେବା ନେଇ ସନ୍ଦେହ କରାଯାଉଥିବା ବେଳେ ଏ ବାବଦରେ ସେ କିଛି ଜାଣି ନାହାନ୍ତି ବୋଲି ତାଙ୍କର ମାଆ ସୁମିତା ସିଂହ କହିଛନ୍ତି । ପରିବାରର ସଦସ୍ୟମାନେ ଶୋଇପଡ଼ିଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି । ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି ।

୩୫ ବର୍ଷୀୟା ଗାୟିକା ଓ ନାୟିକା ମଲ୍ଲିକା ବିଜୟ ଲକ୍ଷ୍ମୀ ଭାବେ ପରିଚିତ ଥିଲେ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣୱତଙ୍କ କ୍ରାଇମ୍-କମେଡ଼ି ଫିଲ୍ମ ‘ରିଭଲଭର ରାନୀ’ ୨୦୧୪ରେ ମୁକ୍ତିଲାଭ କରିଥିବା ବେଳେ ସେଥିରେ ମଲ୍ଲିକା ସହ-ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୬ରେ ମଲ୍ଲିକା ବିଜେପିରେ ଯୋଗଦେଇଥିବା ବେଳେ ଦୁଇବର୍ଷ ପରେ ସେ ଦଳ ଛାଡ଼ିଥିଲେ । ୨୦୨୨ରେ ସେ ଉତ୍ତରପ୍ରଦେଶର ଭାରତୀୟ ସବର୍ଣ୍ଣ ସଂଘର ନ୍ୟାସନାଲ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ।

Get real time updates directly on you device, subscribe now.